ଆଜି ଓଡିଶା ପୋଲିସ ପ୍ରତିଷ୍ଠା ଦିବସ । ଓଡିଶା ପୋଲିସର ୮୭ତମ ପ୍ରତିଷ୍ଠା ଦିବସ ଆଜି ରାଜ୍ୟର ବିଭିର୍ନ ସ୍ଥାନରେ ପାଳନ ହୋଇଛି | ଭୁବନେଶ୍ୱର ବାଟାଲିଆନ ଠାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସେହିଭଳି ମାଲକାନଗିରି ଜିଲ୍ଲା ପୋଲିସ ପ୍ୟାରେଡ଼ ପଡିଆ ଠାରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ ।
୧୯୩୬ ମସିହାରେ ଓଡିଶାରେ ପୋଲିସ ବିଭାଗକୁ ଏକ ସ୍ଵତନ୍ତ୍ର ରୂପେ ଗଠନ କରାଯାଇଥିଲା । ସେହିଦିନ ଠାରୁ ଏପ୍ରିଲ ୧ ତାରିଖକୁ ପୋଲିସ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶ ୱାଧୱାନି, ଡ଼ିଏସପି ବଳଭଦ୍ର ଦୀପ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଏସଏଫ କମାଣ୍ଡେଣ୍ଟ ଓ ବହୁ ବରିଷ୍ଠ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ୟାରେଡ଼ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ | ଚଳିତ ବର୍ଷ ଯେଉଁ ପୋଲିସ ଅଧିକାରୀମାନେ ପୋଲିସ ବିଭାଗ ପାଇଁ ନିଷ୍ଠାର ସହ କର୍ତ୍ତବ୍ୟ ପ୍ରତିପାଦନ କରିଛନ୍ତି ସେମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା।