ଆଜି ଭୁବନେଶ୍ୱର ସ୍ଥିତ କଲିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିବା ଭାରତୀୟ ହକି ଦଳରେ ଓଡିଶାର ଖେଳାଳୀ ଦୀପ ଗ୍ରେସ୍ ଏକକା, ନମିତା ଟପ୍ପୋ, ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଉଦୀୟମାନ ଖେଳାଳୀଙ୍କୁ ସମସ୍ତ ସମର୍ଥନ ଜଣାଇ ଟୋକିଓ ଅଲିମ୍ପିକ୍ସରେ ସେମାନଙ୍କର ପ୍ରଦର୍ଶନକୁ ପ୍ରଶଂସା କରି ଆଗକୁ ଅଧିକ କଠିନ ପରିଶ୍ରମ ଜାରି ରଖିବା ସହିତ ଦେଶ ପାଇଁ ଅଧିକ ଗୌରବ ଆଣିବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ଭବିଷ୍ୟତରେ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯିବା ନିଶ୍ଚିତ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ୨.୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବା ସହିତ ରାଜ୍ୟ ପୋଲିସ ବିଭାଗରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନିଯୁକ୍ତି ଅଫର ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଏବଂ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଅଂଶବିଶେଷ ଥିବା ଦୀପ ଗ୍ରେସ୍ ଏକକା ଏବଂ ନମିତା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ସେମିଫାଇନାଲରେ ପ୍ରବେଶ କରିବା ଏବଂ ଭାରତୀୟ ହକିରେ ଇତିହାସ ସୃଷ୍ଟି କରିବାରେ ମହିଳା ଦଳର ଉତ୍ସାହଜନକ ପ୍ରଦର୍ଶନକୁ ସେ ପ୍ରଶଂସା କରିଥିଲେ। ଅଲିମ୍ପିଆନମାନେ ଆନନ୍ଦିତ ହୋଇଥିଲେ ଯେ ରାଜ୍ୟରେ ପହଞ୍ଚିବା ପରେ ନଗଦ ପୁରସ୍କାର ଏବଂ ଚାକିରୀ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏ ନେଇ ଖେଳାଳୀମାନେ ଗଭୀର କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ଏବଂ ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରୋତ୍ସାହନ ପରିଷଦ, ଶ୍ରୀ ଦିଲୀପ ତିର୍କି, 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଏବଂ କ୍ରୀଡ଼ା ସଚିବ ଶ୍ରୀ ଆର ଭେନିଲ କ୍ରିଷ୍ଣl ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।
#TokyoOlympics #cmo #OdishaForSports #KalingaStadium #BirendraLakra #AmitRohidas #DeepGraceEkka #NamitaToppo #NNSODIA