ଆରମ୍ଭ ହେଲା ପୌର ନିର୍ବାଚନ ପ୍ରସ୍ତୁତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ୍ ଓ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାକୁ ପଠାଗଲା ଇଭିଏମ୍ ମେସିନ ଓ ଫର୍ମ । ନିର୍ବାଚନ କମିଶନଙ୍କ ଅଫିସରୁ ୧୫ଟି ଜିଲ୍ଲାକୁ ଇଭିଏମ୍ ମେସିନ ପଠାଯାଇଛି । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଂରକ୍ଷଣ ତାଲିକା ଚିଠା ମଧ୍ୟ ପ୍ରସ୍ତୁତ କରାଯାଉଛି ।
ଆସନ୍ତା ଫେବୃୟାରୀ ୧୧ରେ ପଞ୍ଚାୟତ ପ୍ରତିନିଧି ମାନଙ୍କର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ୧୨ ରେ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କର କାର୍ଯ୍ୟକାଳ ସରିବ । ତେଣୁ ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ । ସେଥିପାଇଁ ଡିସେମ୍ବର ଶେଷ ସପ୍ତାହରେ ତାରିଖ ଘୋଷଣା ହେବାସହ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ନିର୍ବାଚନ ସରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏଥିପାଇଁ ୧୫ ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯିବା ସହିତ ୧୦୫ ଟି ପୈାରପରିଷଦର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ପଞ୍ଚାୟତ ନିର୍ବାଚନ ପରେ ପୈାର ନିର୍ବାଚନ ହେବ । କଟକ ଭୁବନେଶ୍ବର ବ୍ରହ୍ମପୁର ମହାନଗର ନିଗମକୁ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଥିବା ବେଳେ ରାଉରକେଲା ଓ ସମ୍ବଲପୁର ମହାନଗରନିଗମ ନିର୍ବାଚନ ଅଦାଲତରେ ବିଚାରାଧୀନ ଅଛି ।