ଭୁବନେଶ୍ୱର(ଏନଏନଏସ୍): ଏଏସଓ ନିଯୁକ୍ତି ନେଇ ଓପିଏସସିର ମେରିଟ୍ ଲିଷ୍ଟ ଖାରଜ । ଏନେଇ ହାଇକୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣୀ ହୋଇଛି । ରିପୋର୍ଟ ଅନୁଯାୟୀ ଆସନ୍ତା ୨ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ କରାଯାଇଛି। ତେବେ ଲିଖିତ ପରୀକ୍ଷାର ମୋଟ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଥାଉକି ଗତ ଅଗଷ୍ଟ ମାସରେ ୭୦୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା ହୋଇଥିଲା ।