ପୁରୀ(ଏନଏନଏସ୍): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ । ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ନୋଟିସ ଜାରି କରାଯାଇଛି । ସୂଚନାଯୋଗ୍ୟ ୨୦୧୮ରୁ ଜଷ୍ଟିସ୍ ରଘୁବୀର ଦାସ କମିଶନ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ସାରି ସରକାରଙ୍କ ଆଇନ ବିଭାଗକୁ ହସ୍ତାନ୍ତର କରିସାରିଥିବା ପରେ ମଧ୍ୟ କାହିଁକି ଏହାକୁ ସରକାର ସାର୍ବଜନୀନ କରୁ ନାହାନ୍ତି ପ୍ରଶ୍ନ ଉଠିଛି?
ଏହି ଆବେଦନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସମାଜସେବୀ ଦିଲ୍ଲୀପ ବରାଳ । ଏହି ମାମଲାର ଶୁଣାଣି କରି କୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ଏନେଇ ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି ।