ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ହିନ୍ଦୋଳ ବ୍ଲକ ଆନୁକୂଲ୍ୟରେ ନୂଆକୋଟଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଦାବିପତ୍ର ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସଂଘ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ବ୍ଲକ ଅନ୍ତର୍ଗତ ବାଉଁଶ ପୋଖରୀ ଓ କନ୍ତlମିଲା ପଞ୍ଚାୟତରେ ସମସ୍ତ ଡ୍ରାଇଭରମାନେ ଉପସ୍ଥିତ ଥିଲେ । ସଙ୍ଘର ବ୍ଲକ ସଭାପତି ବିକାଶ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଡ୍ରାଇଭରମାନଙ୍କୁ ସୁରକ୍ଷା , ସେମାଙ୍କ ନାଯ୍ୟ ହକ ପ୍ରଦାନ ପାଇଁ ଦାବି ହୋଇଥିଲା । ସଙ୍ଘର ଏକତା, ପୋଷାକ ପରିଛଦ, ବ୍ୟାଚ ପରିଧାନ, ମଦ୍ୟପାନ ନ କରି ଗାଡି ଚାଳନା, ଗାଡିଚାଳନା ସମୟରେ ଆବଶ୍ୟକ ସମସ୍ତ ପ୍ରମାଣପତ୍ର ପାଖରେ ରଖି ଗାଡି ଚାଳନା କରିବା ଉପରେ କାର୍ଯ୍ୟକର୍ତ୍ତାମାନେ ଗୁରୁତ୍ୱ ଦେଇଥିଲେ।
ଏହି ଦୁଇ ପଞ୍ଚାୟତରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ କର୍ଣ୍ଣପୁର ବିଟଠାରୁ ବାଉଁଶ ପୋଖରୀ ଛକ ଦେଇ ନୂଆକୋଟ ଏବଂ କାନ୍ତlମିଲlଠlରୁ ନୂଆକୋଟ ପର୍ଯ୍ୟନ୍ତ ଡ଼ାକବାଜି ଯନ୍ତ୍ର ମlଧ୍ୟମରେ ଏକ ଶୋଭାଯାତ୍ରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ସାଧାରଣ ସମ୍ପାଦକ ପ୍ରବୀଣ ପ୍ରଧାନ, ଉପସଭାପତି ଶେଷଦେଵ ବେହେରା, ସହସମ୍ପାଦକ ପ୍ରତାପ ରାଉତ, ଉପଦେଷ୍ଟା ଆଲୋକ ରାଉତ ସହ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ ଦେଇଥିଲେ।