ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ଅଧ୍ୟାଦେଶ ଅନୁସାରେ, ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିକୁ ବିକ୍ରି, ଲିଜ ଓ ମଡଗେଜ ଆକାରରେ ହସ୍ତାନ୍ତର କରିବା ପାଇଁ ଏଣିକି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡିବ ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ଧାରା ୧୬-୨ ଅନୁସାରେ ଶ୍ରୀମନ୍ଦିର ଅଧିନରେ ଥିବା ଜମି ବିକ୍ରି ଓ ଲିଜ୍ ପାଇଁ ଅନୁମତି ଦରକାର ହେଉଥିଲା । କିନ୍ତୁ ଆଜିର ଏହି ଅଧ୍ୟାଦେଶ ବଳରେ ସବୁ କ୍ଷେତ୍ରରେ ଆଉ ଅନୁମତି ଦରକାର ହେବ ନାହିଁ । ନିର୍ଦ୍ଦିଷ୍ଟ ଅଧିକାରୀ ହସ୍ତାନ୍ତରୀକରଣ କ୍ଷମତା ପାଇବେ ।
୨୦୨୨ରେ ଅନୁଷ୍ଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍ରେ ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ପ୍ରସ୍ତାବ ଉପରେ ଲାଗିଛି ମୋହର । ଏବେ ଶ୍ରୀମନ୍ଦିର ପ୍ରଶାସକ, ପରିଚାଳନା କମିଟି, ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ଶ୍ରୀଜଗନ୍ନାଥ ମନ୍ଦିର ତଥା ମନ୍ଦିର ପରିଚାଳନା କମିଟି ଅଧୀନରେ ଅନେକ ସ୍ଥାବର ଓ ଜମିବାଡିର ମାଲିକାନା ସତ୍ୱ ରହିଛି । ଏଥିରେ ପରିବର୍ତନ ସହ ସଂପୃକ୍ତ ମାମାଲଗୁଡିକର ତୁରନ୍ତ ଫଇସଲା ଓ କଟକଣାକୁ ପ୍ରତିହତ କରିବା ଲାଗି ବିଭିନ୍ନ ଅଧିକାରୀଙ୍କୁ କ୍ଷମତା ସଂପନ୍ନ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।