ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ଆୟତକୁ ଆସିଥିବା ବେଳେ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି ମୃତ୍ୟୁ ସଂଖ୍ୟା । ପ୍ରତି ଦିନ ୩୦-୪୦ ମୁଣ୍ଡ ନେଉଛି କରୋନା । ଏଭଳି ସ୍ଥିତିରେ କରୋନା ସହିତ ଦାଉ ସାଦୁଛି ବ୍ଲାକ୍ ଫଙ୍ଗସ୍ ।
ଏବେ କରୋନା ଭଳି ଘାତକ ସାବ୍ୟସ୍ତ ହେବାରେ ଲାଗିଛି ଏହି ବ୍ଲାକ୍ ଫଙ୍ଗସ୍ । ବର୍ତମାନ ସୁଦ୍ଧା ବୁର୍ଲା ଭିମସାରରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏହି ଘାତକ ବ୍ଲାକ୍ ଫଙ୍ଗସ୍ ରୋଗରେ । ଯାହା ଏବେ ନୂଆ ବିପଦ ହୋଇଛି ଛିଡା ହୋଇଛି ।
ବୁର୍ଲା ଭିମସାର କର୍ତ୍ତୁପକ୍ଷଙ୍କ ସୂଚନା ଅନୂସାରେ ଗତ ୧୦ ଦିନ ମଧ୍ୟରେ ୫ ବ୍ଲାକ୍ ଫଙ୍ଗସ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ୨ ଜଣଙ୍କର ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେବା ପୂର୍ବରୁ ହିଁ ମୃତ୍ୟୁ ହୋଇଥିଲା।
ଏବେ କେବଳ ଭିମସାରରେ ପାଖାପାଖି ୧୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେବା ସମୟରେ ଏହାକୁ ସେତେ ମାତ୍ରାରେ ଘାତକ ବୋଲି କୁହାଯାଉନଥିବା ବେଳେ ବର୍ତମାନ ବ୍ଲକ୍ଫଙ୍ଗସ୍ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ