ଯୁଦ୍ଧଭୂମିରୁ ଫେରିଛନ୍ତି ଓଡ଼ିଆ ଛାତ୍ରୀ | ନିଜ ଜନ୍ମମାଟିରେ ପହଞ୍ଚିବା ପରେ ହୋଇଛନ୍ତି ଆଶ୍ୱସ୍ତ | ପରିବାର ଲୋକଙ୍କୁ ଦେଖି ହୋଇଯାଇଛନ୍ତି ଭାବବିହ୍ଵଳ | ଝିଅକୁ ଦେଖି ବାପା ମା ମଧ୍ୟ ଖୁସିରେ ଆତ୍ମହରା ହୋଇଯାଇଛନ୍ତି | ଯୁଦ୍ଧର ଭୟଙ୍କର ଅନୁଭୂତି ବଖାଣିଛନ୍ତି ୟୁକ୍ରେନରୁ ଫେରିଥିବା ଓଡ଼ିଆ ଛାତ୍ରୀ ଡି. ଆଲିଶା | ଏନଏନଏସ ଓଡ଼ିଆ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ରେତଙ୍ଗ କଲୋନୀରେ ରହୁଥିବା ଡାକ୍ତରୀ ଛାତ୍ରୀ ଡି ଆଲିଶାଙ୍କୁ ଭେଟିଥିଲେ ଆମ ପ୍ରତିନିଧି |
ଛାତ୍ରୀ ଡି. ଆଲିଶା କହିଛନ୍ତି ସେଠାର ପରିସ୍ଥିତି ବହୁତ ଖରାପ | ସାଇରନ ବାଜୁଥିଲା, ବୋମା ଓ ମିଜାଇଲ ମାଡ଼ର ଭୟଙ୍କର ଶବ୍ଦରେ ଥରି ଉଠୁଥିଲା ଛାତି । ଆମକୁ ସେଠାରେ ବହୁତ ଡର ଲାଗୁଥିଲା । କିଭଳି ଜୀବନ ବଞ୍ଚାଇ ନିଜ ଜନ୍ମମାଟିକୁ ଫେରିବୁ ସେହି ଚିନ୍ତାରେ ରହୁଥିଲୁ | ସତର୍କ ସାଇରନ ବାଜିବା ପରେ ସେମାନେ ଲୁଚିବା ପାଇଁ ଚାଲିଯାଇଥିଲେ ଗୋଟେ ବଙ୍କର ଭିତରକୁ | ପରେ ବସ ଯୋଗେ ସାଥିରେ ତ୍ରିରଙ୍ଗାକୁ ଧରି ପହଂଚିଥିଲେ ପୋଲାଣ୍ଡ ବର୍ଡରରେ | ଜୀବନ ବଞ୍ଚାଇ ଫେରିବା ତାଙ୍କ ପାଇଁ ଥିଲା ସବୁଠାରୁ ବଡ଼ ସଂଘର୍ଷପୂର୍ଣ୍ଣ | ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ । ଚାଲନ୍ତୁ ଜାଣିବା କଣ କହୁଛନ୍ତି ଛାତ୍ରୀ ଡି ଆଲିଶା ….