୧୨ କ୍ରୀଡାବିତ୍ଙ୍କୁ ଆଜି ମିଳିଛି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ଓଡ଼ିଆ ପାରାଅଲମ୍ପିଆନ୍ ପ୍ରମୋଦ ଭଗତଙ୍କୁ ମିଳିଛି କ୍ରୀଡାକ୍ଷେତ୍ରର ଏହି ସର୍ବୋଚ୍ଚ ସମ୍ମାନ । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ । କ୍ରୀଡା କ୍ଷେତ୍ରରେ ଅସାଧାରଣ ପ୍ରଦର୍ଶନ ଯୋଗୁ କ୍ରୀଡାବିତ୍ଙ୍କୁ ଏହି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ । ପାରା ଅଲମ୍ପିକ୍ସ ବ୍ୟାଡମିଣ୍ଟନରେ ଗୋଲ୍ଡ ମେଡାଲ ଜିତି ଭାରତକୁ ଗର୍ବିତ କରିଛନ୍ତି ପ୍ରମୋଦ । ଖେଳରତ୍ନ ପୁରସ୍କାର ପାଇବାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡିଆ । ପୂର୍ବରୁ ଓଡିଶାରୁ କେହି ଅଲମ୍ପିଆନ ଖେଳ ରତ୍ନ ପୁରସ୍କାର ପାଇନଥିଲେ । ସେହିଭଳି ଚଳିତ ଟୋକିଓ ଅଲମ୍ପିକ୍ସରେ ଜାଭେଲିନ ଥ୍ରୋ’ରେ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରାଙ୍କ ସହ 12 କ୍ରୀଡାବିତ ଅଛନ୍ତି । ସେମାନେ ହେଲେ ନୀରଜ ଚୋପ୍ରା (ଜାଭେଲିନ୍ ଥ୍ରୋ), ରବି ଦାହିଆ (କୁସ୍ତି), ଲଭଲିନା ବୋରଗେହେନ (ବକ୍ସିଂ), ଶ୍ରୀଜେଶ ପିଆର (ହକି), ଅବନୀ ଲେଖରା (ପାରା ସୁଟିଂ), ସୁମିତ ଆଣ୍ଟିଲ (ଜାଭେଲିନ ଥ୍ରୋ), ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ), କ୍ରିଷ୍ଣା ନାଗର (ପାରା ବ୍ୟାଡମିଣ୍ଟନ), ମନୀଷ ନାରବଲ୍ଲ (ପାରା ସୁଟିଂ), ମିଥାଲି ରାଜ (କ୍ରିକେଟ ), ସୁନୀଲ ଛେତ୍ରୀ (ଫୂଟବଲ ) ଏବଂ ମନପ୍ରୀତ ସିଂ (ହକି) ।