ହାଇପ୍ରୋଫାଇଲ୍ ଆର୍ୟନ୍ ଖାନ୍ ଡ୍ରଗ୍ସ ମାମଲାରୁ ବିଦା ହେଲେ ଏନ୍ସିବି ଅଫିସର ସମୀର ୱାଙ୍ଖଡେ । ଏହି ତଦନ୍ତ କାର୍ଯ୍ୟ ଏବେ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସଞ୍ଜୟ ସିଂହ କରିବେ । ଏନ୍ସିବିର ଦିଲ୍ଲୀ ଜୋନ୍କୁ ଏହି ତଦନ୍ତ କାର୍ଯ୍ୟ ଦିଆଯାଇଛି । ଆର୍ୟନ୍ ଖାନ୍ ମାମଲା ସହ ଅନ୍ୟ ୫ଟି ମାମଲା ମଧ୍ୟ ଏନ୍ସିବିର ଦିଲ୍ଲୀ ଜୋନ୍କୁ ହସ୍ତାନ୍ତର କରାଯାଇଛି । ଏଥିପାଇଁ ଦିଲ୍ଲୀ ଏନ୍ସବି ପକ୍ଷରୁ ଏକ ଏସ୍ଆଇଟି ଗଠନ କରାଯାଇଛି । ଏହାର ନେତୃତ୍ୱ ନେବେ ଓଡ଼ିଆ ଅଫିସର ସଞ୍ଜୟ ସିଂହ । ଏଥିପାଇଁ ସେ ଆଜି ବମ୍ବେରୁ ଦିଲ୍ଲୀ ଯିବେ । ଏହାର ପ୍ରତିକ୍ରିୟାରେ ସମୀର ୱାଙ୍ଖଡେ କହିଛନ୍ତି ମତେ ତଦନ୍ତ କାର୍ଯ୍ୟରୁ ହଟଇ ଦିଆଯାଇନି ବରଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଏହି ତଦନ୍ତ କରାଯାଉ ବୋଲି ମୁଁ କୋର୍ଟରେ ଆବେଦନ କରିଥିଲି । ତେଣୁ ଦିଲ୍ଲୀ ଏନ୍ସିବିର ଏସ୍ଆଇଟି ଦ୍ୱାରା ଆର୍ୟ୍ୟନ୍ ଖାନ୍ ଏବଂ ସମୀର ଖାନ୍ ମାମଲାର ତଦନ୍ତ କରାଯାଉଛି ।
ସଞ୍ଜୟ ଏବେ ଏନ୍ସିବିର ଆଇଜି ଅପରେସନ୍ ଭାବେ କାର୍ଯ୍ୟରତ ଅଛନ୍ତି । ସେ ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର । ଏହା ପୂର୍ବରୁ ସେ ଓଡ଼ିଶା ପୋଲିସ ଓ ସିବିଆଇରେ ମଧ୍ୟ କାର୍ଯ୍ୟରତ ଥିଲେ । ଓଡ଼ିଶା ପୋଲିସରେ କାର୍ଯ୍ୟରତ ଥିବାବେଳେ ଅତିରିକ୍ତ କମିଶନର ଏବଂ ଡ୍ରଗ୍ସ ଟାସ୍କ ଫୋର୍ସରେ ଏଡିଜି ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୦ କମନ୍ ୱେଲ୍ଥ ଗେମ୍ସ ସ୍କାମ୍ ସହିତ ସଞ୍ଜୟ ଅନେକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ସ ମାମଲାର ତଦନ୍ତ କରିଛନ୍ତି ।