ଦିଲ୍ଲୀର ସୂକ୍ଷ୍ମ କଳା ପ୍ରତିଷ୍ଠାନ ରେ ନିଜର କଳା ପ୍ରଦର୍ଶନ କରିବାକୁ ଯାଇ ଧମାଲ ମଚେଇଲେ ଓଡ଼ିଆ ପୁଅ ଡ୍ରାଦ୍ଭିଡ କରକରିଆ।ରାୟଗଡା ଜିଲ୍ଲା ଅମ୍ବାଦଳା ଭଳି ଏକ ଛୋଟ ଗାଁ ରୁ ଯାଇ ଦିଲ୍ଲୀ ରେ ଧମାଲ ମଚେଇଛନ୍ତି ଏହି ଓଡ଼ିଆ ପୁଅ। ୨୬ ତାରିଖ ଶନିବାର ଦିନ ଦିଲ୍ଲୀ ସହର ରେ ଥିବା ସୂକ୍ଷ୍ମ କଳା ପ୍ରତିଷ୍ଠାନ ରେ ଏକ ଉତ୍ସବ ରେ ଛାତ୍ରଛାତ୍ରୀ ମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ସେହି ମଞ୍ଚରେ ଓଡିଆ ପୁଅ ଡ୍ରାଭିଡ ନିଜର କଳା ପ୍ରଦର୍ଶନ କରିବାକୁ ଯାଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଛାତ୍ରଛାତ୍ରୀ ମାନେ ଭାରତୀୟ ସଂସ୍କୃତିର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପେଶ କରି ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଂସ୍ଥା ପକ୍ଷରୁ ଦୁଇଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ ଦେଇ ସମ୍ମାନିତ କରାଯାଇଥିଲା।ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଆ ପୁଅ ଦ୍ଡ୍ରାଭିଡ କରକରିଆ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ପୁରୁଣା ଅମ୍ବାଦଳା ବଡ଼ସାହି ର ପିତା ଅନଙ୍ଗ କରକରିଆ ମାତା ମିସିମା କରକରିଆ ଙ୍କ କନିଷ୍ଠ ପୁତ୍ର ଡ୍ରାଭିଡ କରକରିଆ। ପୂର୍ବରୁ ଅମ୍ବାଦଳା ସରକାରୀ ଉଛ ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ବିଭିନ୍ନ କଳା ପ୍ରତିଯୋଗିତାରେ ନିଜ ଶିକ୍ଷକ ମାନଙ୍କର ଫଟୋ ଚିତ୍ରକୁ ହାତରେ ଆଙ୍କି ବେଶ ପ୍ରସଂସିତ ହୋଇଥିଲେ। ଦ୍ରାଭିଡ ଙ୍କର ଏହିଭଳି ସଫଳତା ପାଇଁ ଅମ୍ବାଦଳା ଅଞ୍ଚଳର ପ୍ରତ୍ୟେକ ମହଲରୁ ସୁବେଛାର ସୁଅ ଛୁଟୁଛି ।