ରାଜ୍ୟରେ ସୁଦୃଢ଼ ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ତେଣୁ ଆଗକୁ ଯେପରି ଏହି ସ୍ୱାସ୍ଥ୍ୟସେବାରେ କୌଣସି ପ୍ରକାର ଅବ୍ୟବସ୍ଥା ପରିକ୍ଷିତ ନହୁଏ ଏଥିପ୍ରତି ବିଭିନ୍ନ ତଦାରଖ ଚାଲିଛି । ଆଗକୁ କରୋନାର ତୃତୀୟ ଲହର ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ସ୍ଥାପନ ହେବ । ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ୧୦ଟି ଜିଲ୍ଲାରେ ୬୦ଟି ସିଟ୍ ଲେଖାଏଁ କଲେଜ ସ୍ଥାପନ ହେବ । ୧୦ ଜିଲ୍ଲା – ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ନର୍ସିଂ କଲେଜ ଖୋଲିବ । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଏଥିସହ ପରବର୍ତ୍ତୀ ସମୟରେ ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏଥିସହ ଝାରସୁଗୁଡ଼ା ଜିଲ୍ଲାରେ ଚଳିତବର୍ଷ ହାର୍ଟ ହସ୍ପିଟାଲ କାର୍ୟ୍ୟକ୍ଷମ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସୁଚନାଅନୁସାରେ ରାଜ୍ୟରେ ବିଭିନ୍ନ ସମୟରେ କେତେବେଳେ ବେଡ଼୍ ର ଅଭାବ ଦେଖାଦେଉଛି ତ ଆଉ କେତେବେଳେ ଡ଼ାକ୍ତରଙ୍କ ଅଭାବ ଯାହାଫଳରେ ଗୋଟିଏ ନିରିହ ଲୋକ ନିଜର ମୁଲ୍ୟବାନ ଜୀବନ ହରାଉଛି । ତେବେ ଏହାକୁ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରତିରୋଧ ମଧ୍ୟ ଦେଖିବାକୁ ମିଳିଥାଏ । ଯାହା ସରକାରଙ୍କ ଅବ୍ୟବସ୍ଥା ବୋଲି ପରିଲିକ୍ଷିତ ହୁଏ ।