ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ସରକାର ଅନେକ ଜନ ହିତକର ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏସବୁ ଯୋଜନା ନାମକୁ ମାତ୍ର ହୋଇ ରହିଯାଉଛି । ଏହି ସବୁ ଯୋଜନ ରୁ ଗରିବ ହିତାଧିକାରୀ ମାନେ ବଞ୍ଚିତ ହୋଇ ବର୍ଷ ବର୍ଷ ଧରି ଶଯ୍ୟାଶାୟୀ ହୋଇ ଜୀବନ ମୁର୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପ୍ରଶାସନିକ ଅଧିକାରୀ ଙ୍କ ଉଦାସୀନତା ଯୋଗୁଁ ଲୋକେ ନିଜ ଅଧିକାର ରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗାଁ ରେ …
ଅଜଣା ରୋଗ ରେ ପଡି ଅର୍ଥାଭାବରୁ ଚିକିତ୍ସା କରାଇ ନପାରି ଦୀର୍ଘ ୫ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଜୀବନ ମୁର୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗାଁର କେତୁ ଷଣ୍ଢ ଙ୍କ ସ୍ତ୍ରୀ ହୀରାବାଇ ଷଣ୍ଢ । କେତୁ ଷଣ୍ଢ ଙ୍କ ପରିବାର କହିଲେ ରୁଗଣା ସ୍ତ୍ରୀ ଏବଂ ପୁଅବହୁ ମିଶି ଚାରି ଜଣ । ସୁରୁଖୁରୁରେ ଚାଲୁଥିଲା ତେଲଲୁଣ ର ସଂସାର ହେଲେ ଗତ ୫ ବର୍ଷ ତଳେ ସ୍ତ୍ରୀ ହୀରାଦେଇ ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ପଡିଲେ । ଧୀରେ ଧୀରେ ଗୋଡ଼ ହାତ ବଙ୍କେଇ ହୋଇ ଯାଇ ଚଳାବୁଲା ସାଙ୍ଗ କୁ ବସିବା ଶୋଇବା ସବୁ କାଠିକର ପାଠ ହୋଇଗଲା । କେତୁ ଷଣ୍ଢ ଗରିବ ହୋଇଥିଲେ ହେଁ ନିଜ ସ୍ତ୍ରୀ ର ସ୍ୱାସ୍ଥ୍ୟ କୁ ଠିକ କରିବା ପାଇଁ ଧାରକରଜ କରି ଖଡ଼ିଆଳ ଠାରୁ ଆରମ୍ଭ କରି ନୂଆପଡା, କେସିଙ୍ଗା ସହ ବିଭିନ୍ନ ଆୟୁର୍ବେଦିକ ଚିକିତ୍ସା କରାଇ ସାର୍ବସାନ୍ତ ହୋଇଯାଇଛନ୍ତି। ଦିନକୁ ଦିନ ହୀରାଦେଇ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ହେବା ବଦଳ ରେ ଆହୁରି ଜଟିଳ ହେବାରେ ଲାଗିଲା । ବର୍ତ୍ତମାନ ଅର୍ଥାଭାବ ରୁ ଆଜକୁ ଚାରିବର୍ଷ ହେବ ସ୍ତ୍ରୀ ହୀରାଦେଇ ଙ୍କୁ ଘରେ ଶଯ୍ୟାଶାୟୀ କରି ରଖି ନିଜେ କେତୁ ଷଣ୍ଢ ସ୍ତ୍ରୀ ର ଦୈନନ୍ଦିନ ସେବା କରି ନିତ୍ୟକର୍ମ କରାଉଛନ୍ତି । ତାଙ୍କ କହିବା ଅନୁଯାୟୀ ସରକାରଙ୍କର ଅନେକ ଯୋଜନା କଥା ଶୁଣିଛୁ ହେଲେ କେବେ ଓ କିପରି ମିଳିବ ତା ଆଶାରେ ଭାଗ୍ୟକୁ ଆଦରି ଅଛୁ । ଯଦ୍ୟ ସରକାର ଦୃଷ୍ଟି ଦେଇ ମୋ ସ୍ତ୍ରୀ ର ଚିକିତ୍ସା କିମ୍ବା ମୋତେଆର୍ଥିକ ସହାୟତା ଯୋଗାଇ ଦେଲେ ସରକାର ଙ୍କ ଠାରେ ଋଣୀ ହୋଇ ରହିବୁ ବୋଲି କେତୁ ଷଣ୍ଢ ଏବଂ ତାଙ୍କ ପୁଅ କହିଛନ୍ତି ।
ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗାଁର କେତୁ ଷଣ୍ଢ ଙ୍କ ପରିବାର ଏବେ ଦୁର୍ବିସହ ଜୀବନ କାଟୁଛନ୍ତି । ସତରେ ସରକାରୀ ଯୋଜନା ଏମାନଙ୍କ ପାଇଁ ସତେ ଯେମିତି ସାତ ସପନ ହୋଇ ରହିଯାଇଛି । ହୀରାଦେଇ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଅକର୍ମଣ୍ୟ ହୋଇ ରହିବା ଦିନଠାରୁ ତାଙ୍କ ସ୍ୱାମୀ କେତୁ ଷଣ୍ଢଙ୍କ ସେବା ଶୁଶ୍ରୁଷା ରେ ଦିନ ବିତାଉଛନ୍ତି । ହୀରାଦେଇ ଙ୍କ ଦୈନନ୍ଦିନ ନିତ୍ୟକର୍ମ କେତୁ ଷଣ୍ଢ କରାଉ ଥିବା ବେଳେ ଘର ବାହାର କୁ ନେବା ଆଣିବା କୁ ହେଲେ ଖଟିଆ ମାଧ୍ୟମରେ ନେବା ଆଣିବା କରୁଛନ୍ତି । ପରିବାର ବଞ୍ଚିବାକୁ ହେଲେ ଏକ ମାତ୍ର ପୁଅ କୁଳିମଜୁରୀ କରି ଘର ଚଳାଉଛି । ସରକାରୀ ସହାୟତା କହିଲେ ମାସକ ରାସନ କାର୍ଡ ରେ ମିଳୁଥିବା ୨୦ କେଜି ଚାଉଳ ସାଙ୍ଗକୁ ଦୁଇ ଜଣଙ୍କ ବାର୍ଦ୍ଧକ୍ୟ ଭତ୍ତା ହିଁ ଏକ ମାତ୍ର ଭରସା । ହୀରାଦେଇ ଙ୍କୁ ଗତ ଦୁଇ ବର୍ଷ ତଳୁ ଶହେ ଶତକଡ଼ା ର ବିକଳାଙ୍ଗ ପ୍ରମାଣ ପତ୍ର ମିଳିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ବିକଳାଙ୍ଗ ଭତ୍ତା ପାଇବା ରୁ ବଞ୍ଚିତ ହେଉଛନ୍ତି । ଏହି ଦୁଃଖ ବାବଦରେ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ନେଇ ପ୍ରଶାସନ CDMO ଙ୍କୁ ଅବଗତ କରାଇଥିଲେ ହେଁ କୌଣସି ଜନ ପ୍ରତିନିଧି କିମ୍ବା ସରକାରୀ ଅଧିକାରୀ କର୍ଣ୍ଣପାତ କରୁନଥିବା କେତୁ ଷଣ୍ଢ ଙ୍କ ସହ ସ୍ଥାନୀୟ ବାସିନ୍ଦା କହିଛନ୍ତି । ତୁରନ୍ତ ଏହି ଦୁଖୀହୀନ ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ହୀରାଦେଇ କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।। ଅପରପକ୍ଷରେ ଆମେ ଏବାବଦ ରେ ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜଣାଇବା ରୁ ଆମେ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଇ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରି ସରକାର ଙ୍କ ନିୟମାନୁସାରେ ଯେମିତି ସୁବିଧା ହେବ ହୀରାଦେଇ ଙ୍କୁ ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ହେଲେ ବର୍ତ୍ତମାନ ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପ୍ରତିଶ୍ରୁତି କେବେ ସଫଳ ହେଉଛି ଓ ହୀରାଦେଇ ସ୍ୱାସ୍ଥ୍ୟ ସେବା କେବେ ପାଉଛନ୍ତି ସେ ଉପରେ ସମସ୍ତ ଙ୍କ ନଜର…
#Nuapada #NNSODIA