ନୁଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ଏକ ଅନନ୍ୟ ସାମାଜିକ ପର୍ବ ଯାହାର ଅର୍ଥ ‘ନୁଆ’ ଅର୍ଥାତ୍ ‘ନୂତନ’ ଏବଂ ‘ଖାଇ’ ଅର୍ଥାତ୍ ‘ଖାଦ୍ୟ’ | ଯଦିଓ ଏହି ପର୍ଵ ସାରା ରାଜ୍ୟରେ ପାଳନ କରାଯାଇଥାଏ କିନ୍ତୁ ବିଶେଷ କରି ବଲାଙ୍ଗିର, ସମ୍ବଲପୁର, କାଲାହାଣ୍ଡି, ସୋନେପୁର, ବରଗଡ, ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡ଼ା, ଏବଂ ନୁଆପଡା ଜିଲ୍ଲାରେ ଏହି ପର୍ବକୁ ଅତି ଚମତ୍କାର ଏବଂ ଉତ୍ସାହର ସହିତ ପାଳନ କରନ୍ତି | ଏହି ପାରମ୍ପାରିକ ପର୍ବର କୃଷକ ଏବଂ କୃଷି ସମ୍ପ୍ରଦାୟ ପାଇଁ ଏକ ବିଶେଷ ମହତ୍ୱ ରହିଛି କାରଣ ଏହି ପର୍ବରେ ବର୍ଷର ନୂତନ ଅମଳ ହୋଇଥିବା ଚାଉଳକୁ ସ୍ୱାଗତ କରାଯାଇଥାଏ | ଧାନ ଓଡିଶାର ମୁଖ୍ୟ ଖାଦ୍ୟ ହୋଇଥିବାରୁ ପ୍ରତିବର୍ଷ ଏହାର ଅମଳ ବଜାୟ ରଖିବା ଏବଂ ଏହା ଉପରେ ନିର୍ଭର କରି ଆସୁଥିବା ଚାଷୀଙ୍କର ଉନ୍ନତି ପାଇଁ ମା ସମଲେଶ୍ବରୀ ଙ୍କ ନିକଟରେ ପ୍ରାର୍ଥନା କରାଯାଇଥାଏ | ଧାନ ଚାଷ ପରେ ଚାଷୀମାନେ ସେମାନଙ୍କର ପରିଶ୍ରମର ଫଳ ପାଇଲେ ନୂତନ ଧାନ ସଂଗ୍ରହକୁ ଶୁଭ ବୋଲି ବିଶ୍ୱାସ କରିଥାନ୍ତି | ଗଣେଶ ଚତୁର୍ଥୀର ଏକ ଦିନ ପରେ ‘ପଞ୍ଚାମି ତିଥୀ’ରେ ନୁଆଖାଇ ପାଳନ କରାଯାଏ । ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ ହେଉଛି ନୂଆଖାଇ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗା ଯାଇଥାଏ । ଏଥିସହିତ ନୂଆଖାଇ ଏକ ଭାଇଚାରାର ପର୍ବ ହୋଇଥିବାରୁ ପରସ୍ପର ପ୍ରତି ଥିବା ସମସ୍ତ କ୍ରୋଧ, ଅସୂୟା ଭାବକୁ ପଛରେ ପକାଇ ସମସ୍ତେ ପରସ୍ପରର ଶୁଭ ମନାସିବା ସହ ଶୁଭେଛା ଜଣାଇଥାନ୍ତି । ଯେଉଁଥିପାଇଁ ଏହି ପର୍ବ ଅନ୍ୟ ସବୁ ପର୍ବଠାରୁ ବେଶ ନିଆରା ହୋଇଥାଏ ।
#Nuakhai #NuakhaiJuhar #Nuakhai2021 #HarvestFestival #MaaSamaleswari #nnsodia