ଆଧାର କାର୍ଡ ଜରିଆରେ ଆପଣ ତୁରନ୍ତ ବ୍ୟକ୍ତିଗତ ଋଣ ପାଇପାରିବେ। ଘରେ ବସି ଅନଲାଇନରେ ଆବେଦନ ମଧ୍ୟ କରିପାରିବେ। ଆପଣଙ୍କୁ କେବଳ ଗୋଟିଏ ଆପ୍ଲିକେସନ ଫର୍ମ ପୂରଣ କରିବାକୁ ପଡ଼ିବ। ସେହିପରି e-KYC ସମ୍ପର୍କିତ ଦସ୍ତାବିଜ ଦେବାକୁ ହେବ। କୌଣସି ଦସ୍ତାବିଜର ହାର୍ଡକପି ବ୍ୟାଙ୍କରେ ଋଣ ପାଇଁ ଦାଖଲ କରିବାକୁ ପଡ଼ିବନି। ଆପଣଙ୍କୁ ପ୍ରଥମେ ବ୍ୟାଙ୍କର ଆପ କିମ୍ବା ୱେବସାଇଟରେ ଲଗଇନ କରିବାକୁ ପଡ଼ିବ। ଆପଣଙ୍କୁ ଏହାପରେ ଋଣ ଲେଖାଥିବା ବିକଳ୍ପ ମିଳିବ। ଏହା ମଧ୍ୟରେ ବ୍ୟକ୍ତିଗତ ଋଣ ଲେଖାଯାଇଥିବା ବିକଳ୍ପକୁ କ୍ଲିକ କରନ୍ତୁ। ଏଠାରେ ଆପଣ ଋଣ ପାଇବାକୁ ଯୋଗ୍ୟ କି ନୁହନ୍ତି, ତା’ର ଯାଞ୍ଚ କରିବାକୁ ହେବ। ଶେଷରେ ଆବେଦନ ବିକଳ୍ପରେ କ୍ଲିକ କରିବାକୁ ହେବ। ଏହାକୁ କ୍ଲିକ କରିବା କ୍ଷଣି ଗୋଟିଏ ଆପ୍ଲିକେସନ ଫର୍ମ ଆସିବ। ଏହାକୁ ଆପଣଙ୍କୁ ପୂରଣ କରିବାକୁ ହେବ। ଫର୍ମ ପୂରଣ କରି ଦାଖଲ କରିବା ପରେ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ ଫୋନ ଆସିବ। ଆପଣ ଦେଇଥିବା ତଥ୍ୟକୁ ସେ ଫୋନ ଦ୍ୱାରା ପୁନଃଯାଞ୍ଚ କରିବେ। ଏହି ଯାଞ୍ଚ ପରେ ଆପଣଙ୍କ ଋଣ ଆବେଦନକୁ ମଞ୍ଜୁରୀ ମିଳିବ। ମଞ୍ଜୁରୀ ମିଳିବାର କିଛି ସମୟ ମଧ୍ୟରେ ଆପଣଙ୍କ ସେଭିଙ୍ଗ୍ସ ଆକାଉଣ୍ଟକୁ ଋଣ ରାଶି ଆସିଯିବ। ଋଣ ରାଶି ଆପଣଙ୍କ କ୍ରେଡିଟ ସ୍କୋର ଉପରେ ନିର୍ଭର କରିବ। ସେହିପରି ଆପଣ ବ୍ୟାଙ୍କ ତରଫରୁ ଧାର୍ଯ୍ୟ ହେବାକୁ ଥିବା ଇଏମଆଇକୁ ମଧ୍ୟ ସମୟ ଅନୁସାରେ ଦାଖଲ କରିବାକୁ ଯୋଗ୍ୟ ହେଲେ, ଯାଇ ଆପଣଙ୍କୁ ଋଣ ମିଳିବ।
#Adharcard #loan #NNSODIA