<h3>ବଦଳିଛି ଯୁଗ , ବଦଳି ଯାଇଛି ଲୋକଙ୍କ ଚଳଣୀ , ଲୋକେ ବହୁ ବର୍ଷ ଧରି ଥିବା ଆମ ସଂସ୍କୃତି କୁ ଭୁଲି ଯାଇ ପାଶ୍ଚାତ୍ୟ ସଂସ୍କୃତିକୁ ଅତି ସହଜରେ ଆପଣାଇ ନେଉଛନ୍ତି .. ଆଗେ ଘର କରଣା ଭାବେ ଯାହା ର ବ୍ୟବହାର ହେଉଥିବାର ଆମେ ପିଲାବେଳେ ଦେଖିଥିଲୁ ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ ,., ଧିରେ ଧିରେ ଲୋପ ପାଇବାକୁ ବସିଲାଣି .., ନିଜ କୌଳୀକ ବୃତ୍ତି କୁ ଛାଡି ଲୋକେ ଅନ୍ୟ କାମ କରିବାକୁ ମନ ବଳାଇଲେଣି. ଯାହାର ପ୍ରତେକ ଦୃଶୂ ଆପଣ ଦେଖିଲେ ଜାଣିପାରିବେ .., ଓଡିଆ ଘରେ ବାରମାସରେ ତେର ପର୍ବ ପାଳନ ହୁଏ .. ଯେଉଁଥେô ପିଠା ପଣା ଠାରୁ ଆରମ୍ଭ କରି ପୂଜା ପଦ୍ଧତି ମଧ୍ୟ ବ୍ୟବହାର ହେଉଥିଲା ଏବଂ ତାହା ଏବେ ଦେଖିବାକୁ ଆଉ ମିଳୁନି |</h3> <h3><img class="wp-image-28152 aligncenter" src="https://nnsodia.com/wp-content/uploads/2024/05/g13-2-300x200.jpg" alt="" width="616" height="410" /> ହଁ ଆଜ୍ଞା ବର୍ତ୍ତମାନ ବଜାରରେ ଭଳିକି ଭଳି ଗ୍ରାଇଣ୍ଡର ,ଓ ମିକସି ଭଳି ସାମଗ୍ରୀ ଉପଲବ୍ଧ ହେଉଛି । ବିନା ପରିଶ୍ରମରେ ପ୍ରସ୍ତୁତ କରି ନେଇ ହେଉଛି ମସଲା ଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତରେ ବ୍ୟବହାର ସାମଗ୍ରୀ। ହେଲେ ଆପଣଙ୍କ ଜାଣିଛନ୍ତି କି ଏହି ବିଦ୍ୟୁତ୍ ସାମଗ୍ରୀ ପାଇଁ ଆମ ଓଡ଼ିଆ ପରମ୍ପରା ସହ ଚାଳି ଚଳଣୀ ରେ ନିବିଡ ଥିବା ଏକ କୌଳିକ ବୃତ୍ତି ଲୋପ ପାଇବାକୁ ବସିଲାଣି। ପୂର୍ବରୁ ପ୍ରତ୍ୟେକଙ୍କ ଘରେ ଦେଖିବାକୁ ମିଳୁଥିଲା ଶିଳ ଶିଲୁପୂଆ, ଶିଳ ସିଲୁପୂଆରେ ମସଲା ଠାରୁ ଆରମ୍ଭ କରି ପିଠା ପଣାରେ ବ୍ୟବହାର ସାମଗ୍ରୀକୁ ପ୍ରସ୍ତୁତ କରାଯାଉଥିଲା। ଏହାସହ ଓଡ଼ିଆ ପରମ୍ପରା ଓ ସଂସ୍କୃତି ସହ ମଧ୍ୟ ଶିଳ ଶିଲୂପୁଆର ବହୁଳ ବ୍ୟବହାର ହେଉଥିଲା । ଝିଅ ବାହାଘରେ ଉପହାର ସ୍ବରୂପ ଶିଳ ଶିଲୁପୁଅ ଦିଆଯାଉଥିଲା। ଏହାସହ ବିବାହ ପୂର୍ବରୁ ମଧ୍ୟ ଶିଳ ଶିଲୁପୁଆକୁ ପୂଜା କରି ମାଙ୍ଗଲ୍ୟ କାର୍ୟ୍ୟ ଆରମ୍ଭ ହେଉଥିଲା । ହେଲେ ଧୀରେ ଧୀରେ ସତେ ଯେମିତି ଏହି ପରମ୍ପରା ହଜିବାକୁ ବସିଲାଣି। ଲୋକେ ଆଧୁନିକତା ଆଡକୁ ବଢ଼ିବାକୁ ଲାଗିଲେଣି , ଫଳରେ ଏହି ଶିଳ ଶିଲିପୁଆ ଆଉ ଦେଖିବାକୁ ମିଲୁ ନାହିଁ। ଫଳରେ ଏହି କାର୍ୟ୍ୟକୁ ଅର୍ଥାତ୍ ପଥରକୁ ନିହାଣ ମୁନରେ ଶିଳ ଶିଲୁପୁଆ ପ୍ରସ୍ତୁତିକୁ ନିଜର କୌଳିକ ବୃତ୍ତି ଭାବରେ ଆପଣେଇ ନେଇଥିବା ପଥର କାରିଗରଙ୍କ ଏବେ ଚିନ୍ତାର କାରଣ , ଲୋକଙ୍କ ଚାହିଦା କମିବା ଫଳରେ ବିକ୍ରିମଧ୍ୟ କମି ଯାଇଛି। ଫଳରେ ପେଟପାଟଣା ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କାରିଗର। ଏହି ସାମଗ୍ରୀ ତିଆରି କରିବା ପାଇଁ ଛତିଶଗଡ ଅଞ୍ଚଳରୁ ପଥର ଅଣା ଜାଇଥାଏ , ଫଳରେ କାରିଗରଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡ଼ି ଥାଏ । ଏତେ କଷ୍ଟ ଓଖର୍ଚ୍ଚତ ପରେ ବି ଅପୋଷା ରହୁଛି କାରୀଗରଙ୍କ ପେଟ</h3> <h3></h3>