ଆଜି ଅଦାଲତ ଭିତରେ ଉଭୟ ତପସ୍ୱିନୀ ଓ ତାଙ୍କ ସ୍ବାମୀ ସୁମିତଙ୍କୁ କାଉନସେଲିଂ ପାଇଁ ଛଡ଼ା ଯାଇଥିଲା ମାତ୍ର ତପସ୍ୱିନୀ ଅଦାଲତ ଭିତରୁ କାନ୍ଦି କାନ୍ଦି ବାହାରି ଥିଲେ । ଗତକାଲି କୋର୍ଟ ସେମାନଙ୍କୁ କାଉନସେଲିଂ କରି ୨୪ ଘଣ୍ଟା ସମୟ ଦେଇ ଥିଲେ । ମାତ୍ର ମାନ୍ୟବର ଅଦାଲତ ଆଜ ସେହି ଦୁଇ ଜଣଙ୍କୁ ଏକ ରୁଦ୍ଧ କୋଠରୀରେ ରଖି ସେମାନଙ୍କ ଭିତରେ ଆପୋଷ ବୁଝାମଣା ପାଇଁ ସୁଯୋଗ ଦେଇଥିଲେ । ମାତ୍ର ତପସ୍ୱିନୀଙ୍କ ଓକିଲ କହିବା ଅନୁଯାୟୀ ସିଏ ଅଦାଲତରୁ ବାହାରିଲା ବେଳକୁ କାନ୍ଦି ପକାଇଥିଲେ । କିନ୍ତୁ ଅଦାଲତ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଅଛିକି ଯେ ତପସ୍ୱିନୀଙ୍କୁ ତାଙ୍କ ସ୍ୱଶୁର ଘରେ ରହିବାକୁ ଅନୁମତି ଦେବେ । ଏଥିରୁ ସ୍ପଷ୍ଟ ଅନୁମେୟ କି ଅଦାଲତ ଚାହୁଁଛନ୍ତି ସେମାନେ ପରସ୍ପର ବୁଝାମଣା ହୋଇ ସାଙ୍ଗରେ ରୁହନ୍ତୁ । ଆଜି ଉଭୟ ପକ୍ଷର ମାତା ପିତା ଅଦାଲତ ସାମନାରେ ଯଥା ସମୟରେ ଉପସ୍ଥିତ ରହିଥିଲେ ।