ସବୁ ସୀମା ଟପିଗଲା ପୋଲିସ । ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇଲା ପୋଲିସ | ଜଣେ ହୋମ୍ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସାମ୍ବାଦିକଙ୍କୁ ଏଭଳି ନିର୍ଯାତନା ଦେଇଛି ପୋଲିସ | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ |
ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ସମ୍ପୃକ୍ତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଥିଲା । ବାଲେଶ୍ୱର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସାମ୍ବାଦିକଙ୍କ ଗୋଡ଼ରୁ ଖୋଲାଯାଇଛି ବେଡି | ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି କହିଛନ୍ତି ନୀଳଗିରି ଏସ୍ଡିପିଓ । ଗିରଫ ସାମ୍ବାଦିକଙ୍କ ନାଁ ଲୋକନାଥ ଦଳେଇ। ଜଣେ ହୋମ୍ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଗତକାଲି ନୀଳଗିରି ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସେ ଅସୁସ୍ଥ ଅନୁଭବ କରିବାକୁ ପୋଲିସ୍ ତାଙ୍କୁ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରକାଶ ପାଇଛି | ବେଡ଼ି ପକାଇଥିବା ପୋଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହେଉଛି।