ପୁରୀ(ଏନଏନଏସ୍): ସରିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ । ଆଜିଠାରୁ ନୀଳାଚଳ ଅବଢା ପାଇବେ ଭକ୍ତ । ଅନ୍ୟପଟେ ଗତକାଲି ମହାପ୍ରଭୁଙ୍କ ରତ୍ନସିଂହାସନକୁ ବିଜେ ପହଣ୍ଡି ଶେଷ ହେବା ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ୟ୍ୟ ଶେଷ କରାଯାଇଥିଲା। ପରେ ଭୋରରୁ କୋଠସୁଆସିଆଁ ଚାରମାଳ ଖୋଲିଥିଲେ । ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ଅନ୍ୟାନ୍ୟ ନୀତି ପରେ ଗୋପାଳବଲ୍ଳଭ ଭୋଗ ବଢି ନୀଳାଚଳ ଅବଢା ବାହାରିବ।