<h3>ଆସନ୍ତା ଜୁନ ମାସ ୨୨ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି। ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନିତି ଥିବାରୁ ମହାପ୍ରଭୁଙ୍କ ଗୁପ୍ତ ନୀତି ପାଇଁ ଆବଶ୍ୟକ ସାମଗ୍ରୀ ଅଣାଯାଉଛି। ଏଥିମଧ୍ୟରୁ ଅନ୍ୟତମ ବାସୁଙ୍ଗା ପାଟ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି।</h3> <img class=" wp-image-28224 aligncenter" src="https://nnsodia.com/wp-content/uploads/2024/05/bsk25-300x94.jpg" alt="" width="597" height="187" /> <h3>ଅନବସର ରେ ଘଣା ଲାଗି ସମୟରେ ବାସୁଙ୍ଗା ପାଟର ଆବଶ୍ୟକ ଥିବାରୁ ଏହି ପାଟକୁ ଆଣାଯାଇଛି। ମୋଟ ୩କୁଇଣ୍ଟାଲ ବାସୁଙ୍ଗା ପାଟ ଶ୍ରୀ ମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି। କଟକ ଜିଲ୍ଲା ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏହି ସ୍ଵତନ୍ତ୍ର ବାସୁଙ୍ଗା ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାଖଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ବାସୁଙ୍ଗା ପାଟ ଲାଗି ବରାଦ ଦିଆଯାଇଥିଲା। ପୂର୍ବରୁ ଏହି ପାଟର ଗୁଣବତ୍ତା ଚିହ୍ନଟ ଲାଗି ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଗୁଣବତ୍ତା ଜାଞ୍ଜ ପରେ ବାସୁଙ୍ଗା ପାଟ ଶ୍ରୀ କ୍ଷେତ୍ରରେ ପହଞ୍ଚିଛି।</h3>