1-ଜାଲ ସାଟିଫିକେଟ୍ ଦେଇ ଚାକିରି ହାତେଇବା ମହଙ୍ଗା ପଡିଲା । ଚାକିରି ବହିଷ୍କୃତ ହେଲେ ଶିକ୍ଷୟତ୍ରୀ । ବହିଷ୍କୃତ ଶିକ୍ଷୟତ୍ରୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର କାଳିଆବାଲି ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷୟତ୍ରୀ କେ. ଲକ୍ଷ୍ମୀ ରେଡ୍ଡୀ । ବହିଷ୍କୃତ କରାଯାଇଥିବା ଛତ୍ରପୁର ବିଇଓ ଅବିନାଶ ଶତପଥୀ ସୂଚନା ଦେଇଛନ୍ତି ।
2-ସେପ୍ଟେମ୍ବର ପରେ ଅକ୍ଟୋବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
3-ଆମାଜନ-ଫ୍ୟୁଚର ଗ୍ରୁପ ବିବାଦରେ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଆମାଜନ ଦେଇଥିବା ୮୫୪୬ କୋଟିର ବକେୟା ଟଙ୍କାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଆମାଜାନ ଏତେ ଟଙ୍କା କାହାକୁ ଦେଲା ବୋଲି ଦିଗବିଜୟ ସିଂ ପ୍ରଶ୍ନ କରିଛନ୍ତି ।
4-ମୁମ୍ବାଇ ପରେ ଦିଲ୍ଲୀ ପାଳି, ଡ୍ରଗ୍ ଚେର୍ ଖୋଜିବାକୁ ରେଡ୍ କରିବ ଏନସିବି ଏନସିବି ମୁଖ୍ୟ ଏସ.ଏନ୍ ପ୍ରଧାନଙ୍କ ଅନୁଯାୟୀ, ଡ୍ରଗ୍ସ ଚୋରା କାରବାରରେ ସମ୍ପୃକ୍ତ ଏକ ବଡ ଗ୍ୟାଙ୍ଗକୁ ଅନୁସନ୍ଧାନକାରୀ ସଂସ୍ଥା ଅନୁସନ୍ଧାନ କରୁଛି ।
5-ମଙ୍ଗଳବାର ଓ ବୁଧବାର ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
6-କିନ୍ନର କର୍ମଚାରୀଙ୍କ ପ୍ରତି ଭେଦଭାବ ହୋଇପାରିବନି ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ, ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ ସରକାର
7-ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ଅଚଳ ହେବାର କାରଣ କହିଲେ ହ୍ବାଟସଆପ ସିଇଓ ଆମେ ଆମର ମିଶନକୁ ଗମ୍ଭୀରତାର ସହ ନେଇଥାଉ ଏବଂ ହ୍ବାଟସଆପକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ କଠିନ ପରିଶ୍ରମ କରିଥିବା କର୍ମଚାରୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି।
8-ବ୍ରିଟେନ୍ରେ ଭୟଙ୍କର ତୈଳ ସଙ୍କଟ: ଡ୍ରାଇଭରଙ୍କ ଘୋର ଅଭାବ, ସ୍ଥିତି ମୁକାବିଲା ଲାଗି ସେନା ମୂତୟନ ୧୦ ହଜାର ଘୁଷୁରି ମାରିବାକୁ ଚାଷୀଙ୍କ ଧମକ, ଲୋକଙ୍କ ରାସ୍ତା ଅବରୋଧ, ୩୮ ଗିରଫ
9- ବିଗ୍ ବସ୍ OTT ରେ ପରସ୍ପରର ନିକଟତର ହୋଇଥିବା ଶମିତା ଶେଟ୍ଟୀ-ରାକେଶ ବାପଟଙ୍କ ଘନିଷ୍ଠତା ବାସ୍ତବ ଜୀବନରେ ମଧ୍ୟ ଦୃଶ୍ୟମାନ ହେଉଛି। ଉଭୟ ପରସ୍ପର ସହିତ ସମୟ ବିତାଉଥିବାର ଦେଖାଯାଉଛି। ଅନେକ ଥର ସେମାନେ ଡେଟରେ ଯିବାର ମଧ୍ୟ ଦେଖାଯାଇଛି। ଶମିତା ବିଗ୍ ବସ୍ ଘରେ ଏଣ୍ଟ୍ରି କରିଛନ୍ତି ଏବଂ ବର୍ତ୍ତମାନ ରାକେଶ ତାଙ୍କୁ ବହୁତ ମିସ୍ କରୁଛନ୍ତି।
10-ଆଇପିଏଲ୍ର ୫୧ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ସୀମିତ ସୁଯୋଗ ରହିଛି । ଉଭୟ ଦଳ ପାଇଁ ବିଜୟ ଏକମାତ୍ର ପନ୍ଥା । ସବୁ ଗଣିତକୁ ଭୁଲି କେବଳ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ଉଭୟ ଦଳ ପ୍ରୟାସ କରିବେ ।