ଝାରସୁଗୁଡା(ଏନଏନଏସ୍): ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ପରେ ଶପଥ ନେଲେ ବିଧାୟିକା ଦୀପାଳି ଦାସ । ଦୀପାଳୀଙ୍କୁ ବିଧାନସଭାରେ ଶପଥ ପାଠ କରାଇଲେ ଉପ ବାଚସ୍ପତି ରଜନୀକାନ୍ତ ସିଂ । ଶପଥ ସମୟରେ ତାଙ୍କ ମାଆ ଓ ଭାଇ ମଧ୍ୟ ବିଧାନସଭାରେ ଉପସ୍ଥିତ ରହିଥିଲେ । ଶପଥ ନେବା ପରେ ଦୀପାଳି କହିଛନ୍ତି, ‘ଝାରସୁଗୁଡ଼ାବାସୀଙ୍କ ସେବା ପାଇଁ କାର୍ୟ୍ୟ କରିବି । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ା ପାଇଁ କାର୍ୟ୍ୟ କରିବି ।