ୟୁକ୍ରେନ ଉପରେ ଋଷ ଚଳାଇଛି ଦମନଲୀଳା | ଲଗାତାର ଭାବେ ମିଜାଇଲ ଏବଂ ଗୁଳିମାଡ ଜାରି ରଖିଛି ଋଷ । ୟୁକ୍ରେନ ଉପରେ ହେଉଥିବା ଆକ୍ରମଣ ବିରୋଧରେ ମିଳିତ ଜାତିସଂଘରେ ରୁଷ ଆକ୍ରମଣର ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବରେ ରୁଷର ପଦକ୍ଷେପକୁ ନିନ୍ଦା କରାଯାଇଛି। କିନ୍ତୁ ଏହି ପ୍ରସ୍ତାବରୁ ଭାରତ ଆଜି ବି ଦୂରେଇ ରହିଛି । ତେବେ ଯୁଦ୍ଧ ବନ୍ଦ ପାଇଁ ଭାରତ ନିଶ୍ଚିତ ଭାବରେ ଓକିଲାତି କରିଛି। ଭାରତ କହିଛି, ୟୁକ୍ରେନର ଖରାପ ସ୍ଥିତିକୁ ନେଇ ଆମେ ଚିନ୍ତିତ | କିନ୍ତୁ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ମତଭେଦ ସମାଧାନ ହୋଇପାରିବ । ଅନ୍ତର୍ଜାତୀୟ ସମ୍ପ୍ରଦାୟର ଅସ୍ତ୍ରବିରତି ଉଲ୍ଲଂଘନକୁ ଆମେ ସମର୍ଥନ କରୁଛୁ ବୋଲି କହିଛି ଭାରତ । ଋଷ ଏବଂ ୟୁକ୍ରେନର ରାଷ୍ଟ୍ରପତିଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏ ବକ୍ତବ୍ୟ ରଖିଛନ୍ତି।
ଭାରତର ଏହି ନିଷ୍ପତ୍ତି ଉପରେ ଏବେ ଆମେରିକାର ବଡ ବିବୃତ୍ତି ସାମ୍ନାକୁ ଆସିଛି। ଆମେରିକାର କୂଟନୀତିଜ୍ଞ ଡୋନାଲ୍ଡ ଲୁ କହିଛନ୍ତି ଯେ ରୁଷ-ୟୁକ୍ରେନ ସଙ୍କଟ ଉପରେ ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ ବାଇଡେନ ପ୍ରଶାସନ ଭାରତକୁ ନିବେଦନ କରିଛି।
ମିଳିତ ଜାତିସଂଘର ସାଧାରଣ ସଭାରେ 141 ଟି ଦେଶ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରିବା ସହ ବିରୋଧ କରିଛନ୍ତି | ଯେଉଁଥିରେ ଭାରତ ସମେତ 35 ଟି ଦେଶ ଏହି ଭୋଟ ପ୍ରକ୍ରିୟାରେ ଅଂଶଗ୍ରହଣ କରିନାହାଁନ୍ତି।