ଶାନ୍ତି ସନ୍ଧାନରେ ପାଶ୍ଚାତ୍ୟ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଭାରତକୁ ଆସିଥାନ୍ତି | ବିଶେଷକରି ଭଗବାନ ଶିବଙ୍କ ନଗର କାଶୀକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି | ଶାନ୍ତି ଏବଂ ଜୀବନର ରହସ୍ୟ ବୁଝିବା ଉଦ୍ଦେଶ୍ୟରେ ଆମେରିକୀୟ ବାସ୍କେଟବଲ୍ ଲିଗ୍ NBA ର ଷ୍ଟାର ଖେଳାଳି ଡୁଇଟ୍ ହାୱର୍ଡ କାଶୀରେ ପହଞ୍ଚିଥିଲେ | ଏହି ଅବସରରେ ସେ ଗଙ୍ଗା ଆରତୀରେ ସାମିଲ ହୋଇଥିଲେ | ଏହି ସହରକୁ ମୋକ୍ଷର ସହର କାହିଁକି କୁହାଯାଏ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରିଥିଲେ ହାୱର୍ଡ | ଏପରିକି କାଶୀ ସହରର ରୂପରେଖ ପରିବର୍ତ୍ତନ କରାଯାଇଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାୱର୍ଡ ପ୍ରଶଂସା କରିଥିଲେ ।
ଆମେରିକୀୟ ବାସ୍କେଟବଲ୍ ଲିଗ୍ NBA ଖେଳାଳି ଡୁଇଟ୍ ହାୱର୍ଡ ବାରଣାସୀ ପହଞ୍ଚି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି | ବାରଣାସୀରେ ରହିବା ଅବସରରେ ସେ ଜାଣିବାକୁ ପାଇଥିଲେ ଯେ ଗଙ୍ଗା କୂଳରେ ଅବସ୍ଥିତ ବାବା କାଶୀ ବିଶ୍ୱନାଥଙ୍କୁ କାହିଁକି ମୋକ୍ଷର ସହର କୁହାଯାଏ? ଏଠାରେ ୨୪ ଘଣ୍ଟା କାହିଁକି ଶବ ପୋଡା ଯାଏ ? ଏପରିକି ଗୌତମ ବୁଦ୍ଧ କାହିଁକି ଏଠାରେ ଥିବା ସାରନାଥରେ ପ୍ରଥମ ଉପଦେଶ ଦେଇଥିଲେ | ହାୱାର୍ଡ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ବାରଣାସୀକୁ ମୋର ଆଧ୍ୟାତ୍ମିକ ଯାତ୍ରା ପରେ ମୋ ନିଜ ଭିତରେ ଶାନ୍ତି ଓ ଆତ୍ମସନ୍ତୁଷ୍ଟି ଅନୁଭବ କରୁଛି। ଏହି ଗୋଟିଏ ଯାତ୍ରା ମୋ ଆତ୍ମାକୁ ଜୀବନ୍ତ କରିଦେଲା | ବାରାଣାସୀ ସହର ପ୍ରତି ଦୁନିଆର ଅନେକ ବିଶିଷ୍ଟ ଲୋକ ଆକର୍ଷିତ ହୋଇଛନ୍ତି | ମୁଁ ମଧ୍ୟ ନିଜକୁ ଏଠାରେ ପାଇ ନିଜକୁ ସୌଭାଗ୍ୟ ମନେ କରୁଛି |