ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ନୟାଗଡ଼ରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ କରିଛି ଚଢ଼ାଉ । ନୟାଗଡ଼ସ୍ଥିତ ବାସଭବନ ବ୍ୟତୀତ କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।
ଭୁବନେଶ୍ୱର ଖଣ୍ଡଗିରିର ଗାୟତ୍ରୀ ବିହାରରେ ଥିବା ୨ ମହଲା ଘର, ପଟିଆ ଥିବା ଏକ ଫ୍ଲାଟରେ ଚଢ଼ାଉ କରିଛି ଭିଜିଲାନ୍ସ । ସେହିପରି କଟକ କିଶୋରନଗର ପିନପୁର ଗାଁର ପୈତୃକ ଘର, କଟକ ଲାଲବାଗ ଆଲିସା ବଜାରରେ ଥିବା ଏକ ମହଲା ଘରେ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ୫ ଜଣ ଡିଏସପି ଓ ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
ସୂଚନା ଥାଉକି , ଗତ୨ ଦିନ ତଳେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା | ଚଢ଼ାଉ ବେଳେ ୧ କୋଟି ୩୬ ଲକ୍ଷ ୭୫ ହଜାର ନଗଦ ଟଙ୍କା ୧.୨ କିଲୋଗ୍ରାମ ସୁନା ମଧ୍ୟ ଜବତ କରାଯାଇଥିଲା।