<h3>ଓଡିଶା ରାଜନୀତିରେ ଆସିଲା ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ଲାଗିଲା ପୂର୍ଣ୍ଣଚ୍ଛେଦ । ୨୦୨୪ ସାଧାରଣ ନିର୍ବାଚନ ବିଜେଡି ପାଇଁ ସାଜିଲା କାଳ । ବର୍ତ୍ତମାନ ଓଡିଶାରେ ହେବ ବିଜେପି ସରକାର । ତେବେ ଏହାରି ମଧ୍ୟରେ ଆଜି ଦିନ ୧୧ଘଟିକା ୩୫ ମିନିଟ୍ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନବୀନ ନିବାସରୁ ବାହାରି ରାଜଭବନରେ ପହଞ୍ଚିଥିଲେ ଏବଂ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।</h3>