ପବିତ୍ର ପାର୍ବଣ ସମୟରେ ମାଟି ତଳୁ ଅଷ୍ଟଭୂଜା ଦେବୀ ମୃତୀ ଉଦ୍ଧାର।।
ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ସ୍ଥିତ ନାଉଲ ଗ୍ରାମରେ ମିନତୀ ମହାନ୍ତି ଙ୍କ ବାରି ଚକଡା଼ ରୁ ୫ ଫୁଟ ମାଟି ତଳୁ ଅଷ୍ଟ ଭୁଜା ଦେବି ମିଳିଛି। କିଛି ଦିନ ପୂର୍ବେ ମିନତୀ ଙ୍କୁ ରାତିରେ ସ୍ୱପ୍ନାଦେଶ ହୋଇଥିଲା ଯେଉଁ ଥିରେ ଘର ଚକଡା଼ ର ୫ ଫୁଟ ତଳେ ଦୂର୍ଗା ଦେବି ଙ୍କ ଏକ ଦଶଭୂଜା ମୃତ୍ତି ରହିଥିବା ନେଇ ଜଣାପଡିଥିଲା।ତା ପର ଦିନ ସକାଳେ ଗ୍ରାମ ବାସୀ ମାନଙ୍କୁ ଏହି ବିଷୟରେ ଜାଣାଇବା ସହିତ ସେହି ସ୍ଥାନକୁ ଖୋଳିବାକୁ ଲାଗିଲେ। ଅନେକ ସମୟ ଖୋଳିଲା ପରେ ପ୍ରାୟ ୫ ଫୁଟ ରୁ ଉର୍ଦ୍ଧ ମାଟିତଳୁ ଦୁର୍ଗା ଦେବୀଙ୍କ ଅଷ୍ଟଭୁଜା ମୃତ୍ତି ମିଳିଥିଲା। ଗୋଟିଏ ପଟେ ମା ଙ୍କ ନବରାତ୍ର ପୂଜା ଚାଲୁଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଚାର୍ଯ୍ୟ ସୃଷ୍ଟି କରିଥିଲା।ଏହା ପରେ ପୁରୀ ରୁ ମହାପୁରୁଷ ଆସି ମିଳିଥିବା ଦେବୀ ଅଷ୍ଟଭୁଜା ଙ୍କ ମୃତ୍ତି କୁ ପୂଜା ଅର୍ଚନା କରିବା ସହିତ ସେହି ମୃତ୍ତି କୁ ଘରେ ରଖି ପୂଜାଅର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ। ସହଗୋଗୀ ମାନେ ଏଥିରେ ସମସ୍ତ ଗ୍ରାମ ବାସୀ ମାନେ ସହଯୋଗ କରିବା ସହିତ ମା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିରେ ତପନ ସାହୁ, ସୁଶାନ୍ତ ସ୍ୱାଇଁ, ରାଜ କିଶୋର ମହାନ୍ତି, ଗୁନୁ ମହାନ୍ତି ଏବଂ ମୁନୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଥିଲା ବେଳେ ମାଟି ତଳୁ ମୃତ୍ତି ବାହାରିବା ର ଜାଣି ଆଖ ପାଖ ଗାଁ ର ଲୋକ ମାନେ ସେହି ମୃତ୍ତି କୁ ଦେଖି ବା ପାଇଁ ଭିଡ ଜମାଇଁ ଥିଲେ।।
ଜଗତସିଂହପୁର ତିର୍ତୋଲ ରୁ ପ୍ରଭାତ କୁମାର ପରିଡ଼ା ଙ୍କ ରିପୋର୍ଟ NNS ODIA।।