ଯାଦେବି ସର୍ବ ଭୂତେଶୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟେ ନମସ୍ତସ୍ୟେ ନମସ୍ତସ୍ୟେ ନମୋ ନମଃ ଶକ୍ତି ଉପାସକ ଦୃଷ୍ଟିରେ ମହାଶକ୍ତି ହେଉଛନ୍ତି ପରମବ୍ରହ୍ମ ପରମାତ୍ମା।ସେ ସୃଜନ କରନ୍ତି, ସଂହାର କରନ୍ତି, ପାଳନ କରନ୍ତି।ସେ ଆଦ୍ୟା ମହାଶକ୍ତି।ତାଙ୍କର ସ୍ୱରୂପ ବିବିଧ।ସେ ବନଦୂର୍ଗା, ମହାବିଦ୍ୟା, ଅନ୍ନପୂର୍ଣ୍ଣା, କାତ୍ୟାୟନୀ, ଲଳିତମ୍ବା, ଗାୟତ୍ରୀ , ଭୁବନେଶ୍ଵରୀ, କାଳୀ, ତାରା, ବଗଳା।ସେ ସଂହାର ପାଇଁ ମହାକାଳୀ, ବିଦ୍ୟାଦାନ ପାଇଁ ସରସ୍ଵତୀ, ଧନ ପାଇଁ ମହାଲକ୍ଷ୍ମୀ। ସାରା ଦେଶରେ ଧୂମଧାମ ରେ ପାଳନ କରାଯାଏ ଦଶହରା ପର୍ବ। ଏହି ପର୍ବରେ ନଅ ଦିନ ଧରି ପୂଜା ପାଆନ୍ତି ମା । ନବରାତ୍ରୀ ଅର୍ଥାତ୍ ନଅ ଟି ରାତ୍ରି।ଏହି ୯ ରାତ୍ରୀରେ ମା ଙ୍କର ନଅ ଗୋଟି ରୁପ ପୁଜା କରାଯାଏ।ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଏହି ଦଶହରା ପର୍ବ ଖୁବ୍ ଜାକଜମକରେ ପାଳନ କରାଯାଏ । ନବରାତ୍ରୀ ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ।
ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ ।ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ । ଏଥିରେ ହିନ୍ଦୁ ଦେବୀଙ୍କୁ ଅର୍ଥାତ୍ ଜଗଜ୍ଜନନୀ ମା ଦୁର୍ଗା ଙ୍କୁ ସମ୍ମାନ ଜଣାଇ ପାଳନ କରାଯାଏ । ଏହି ପର୍ବ ହିନ୍ଦୁ ପାଞ୍ଜିର ଆଶ୍ୱିନ ମାସର ଶୁକ୍ଳପକ୍ଷରେ ପାଳନ କରାଯାଏ ।ଏହି ନବରାତ୍ରୀ ର ଆଜି ହେଉଚି ପ୍ରଥମ ରାତି। ପ୍ରଥମ ରାତ୍ରୀରେ ପୁଜା ପାଆନ୍ତି ଶୈଳପୁତ୍ରୀ। ଶୈଳ ଅର୍ଥ ପାହାଡ ଏବଂ ପୁତ୍ରୀ ଅର୍ଥ କନ୍ୟା।ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ। ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର।ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ର ଆରମ୍ଭ ହୋଇଥାଏ । ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନାଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ ।ପର୍ବତରାଜ ହିମାଳୟର ପୁତ୍ରୀ ହେବା କାରଣରୁ ପାର୍ବତୀ ମାତାଙ୍କୁ ଶୈଳପୁତ୍ରୀ କୁହାଯାଇଥାଏ। ନିଶ୍ଚିନ୍ତ ରୂପେ କୌଣସି ବି ସ୍ତ୍ରୀର ପ୍ରଥମ ପରିଚୟ ତାଙ୍କ ପିତାଙ୍କ ଦ୍ୱାରା ହୋଇଥାଏ। ପିତାଙ୍କ ଘରେ ରହି ଝିଅମାନେ ବହୁତ କିଛି ସିଖିଥାନ୍ତି। ସେହିଭଳି ମାତା ପାର୍ବତୀ ମଧ୍ୟ ବହୁତ ଶିକ୍ଷା ଗ୍ରହଣ କରିଥିଲେ। ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି ।ବ୍ୟୁରୋ ରିପୋର୍ଟ୍ nns ଓଡିଆ