ଭିଜିଲାନ୍ସ ଜାଲରେ ଥାନା ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ। ଏକ ଅସଂରକ୍ଷିତ ଜନଜାତି ଗୋଷ୍ଠିଙ୍କର ମାମଲା ସମାଧାନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀଙ୍କୁ କାବୁ କରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଅଲେଖଙ୍କୁ ଗିରଫ କରିଛି | ଏଥିସହ ତାଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି | ଏହି ଚଢ଼ାଉରେ ଜଣେ ଡିଏସପି, ୪ ଜଣ ଇନ୍ସପେକ୍ଟରଙ୍କ ସମେତ ୮ ଜଣିଆ ଟିମ୍ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଯେ, ନରସିଂହପୁର ଥାନା ଆଇଁସିଆ ଗ୍ରାମରେ ଘଟିଥିବା ଏକ ଘଟଣାରେ ଅସଂରକ୍ଷଣ ଜନଜାତିଙ୍କର ଏକ ସମସ୍ୟାର ସମାଧାନ କରିବା ପାଇଁ ଥାନା ବାବୁ ନବ କିଶୋର ନାୟକଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ବିଭାଗ ଚଢାଉ କରି ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଥିଲା |