ମଧ୍ୟପ୍ରଦେଶ ର କରଡାବନ୍ଦ ନାମକ ଏକ ଛୋଟ ଗାଁରେ ବସବାସ କରନ୍ତି ନାରାୟଣ ସିଂହ ଆନା .. ପେଶାରେ ସେ ଜଣେ କୃଷକ .. ହେଲେ ମୟୂରଙ୍କ ପ୍ରତି ତାଙ୍କର ଅହେତୁକ ସ୍ନେହ ପ୍ରେମ ଭଲପାଇବାର କାମକୁ ନେଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ରୋଗଗ୍ରସ୍ତ ବା କ୍ଷତିଗ୍ରସ୍ତ ପକ୍ଷୀମାନଙ୍କର ଚିକିତ୍ସା ଠାରୁ ଆରମ୍ଭ କରି ତାଙ୍କର ଦେଖାଶୁଣା, ରହିବା ବ୍ୟବସ୍ଥା ଦୀର୍ଘ ୧୨ ବର୍ଷ ବୟସରୁ ହିଁ କରିଆସୁଛନ୍ତି । ୫୫ବର୍ଷ ନାରାୟଣ ପାଖାପାଖି ୪୦ ବର୍ଷ ଭିତରେ ବଞ୍ଚାଇଛନ୍ତି ୧୨୦୦ ମୟୂରଙ୍କ ଜୀବନ .. ମୟୂର ସେବା କରିବା ପାଇଁ ନିଜ ଜୀବନକୁ ସର୍ମପିତ କରିଦେଛନ୍ତି ନାରାୟଣ |
ଯଦି କୌଣସି ମୟୂରର ସ୍ୱାସ୍ଥ୍ୟ ଖରାପ ହୁଏ, ପ୍ରଥମେ ନାରାୟଣଙ୍କୁ ହିଁ ଖୋଜା ପଡେ.. କାରଣ ନାରାୟଣ ହିଁ ମୟୂର ଙ୍କ ଚିକିତ୍ସା ଭଲଭାବରେ କରି ପାରିବେ, ଆଉ ତାଙ୍କ ଜୀବନ ବି ବଚାଂଇପାରିବେ । ଛୋଟବେଳୁ ବାପାଙ୍କ ସହ କ୍ଷତିଗ୍ରସ୍ତ ମୟୂରକୁ ବଞ୍ଚାଇଆସିଛନ୍ତି ଯାହା ଏବେ ତାଙ୍କର ନିଶାରେ ପରିବତ୍ତନ ହୋଇଯାଇଛି ।
ଏଥିପାଇଁ Society For The Peacock Welfare’ ନାଁ ରେ ନିଜର ଏକ ସଂସ୍ଥା ରହିଛି ଏହା ସହ ଏଭଳି ମହତ କାମ ପାଇଁ ମଧ୍ୟପ୍ରଦେଶ ସରକାର ଏବଂ ବନ ବିଭାଗ ତାଙ୍କୁ ସମ୍ମାନିତ କରିଛନ୍ତି | ରେସକ୍ୟୁ କରିବା ପରେ ଯେତେଦିନ ପକ୍ଷୀର ଚିକିତ୍ସା ଚାଲେ ସେତେ ଦିନ ଯାଏ ନାରାୟଣ ସେମାନଙ୍କୁ ନିଜ ପାଖରେ ରଖି ବହୁ ସେବା ଯତ୍ନ କରିଥାନ୍ତି ଆଉ ସ୍ୱାସ୍ଥ୍ୟ ଠିକ ହୋଇଗଲେ ପକ୍ଷୀକୁ ନେଇ ଜଙ୍ଗଲରେ ଛାଡି ଆସନ୍ତି |
ପିଲାମାନେ ପତ୍ନୀ ଙ୍କ ସହେଯାଗ ବି ଏଥିରେ ରହିଥାଏ . ପକ୍ଷୀଙ୍କୁ ନିଜ ଘରେ ରଖିବାଠୁ ଆରମ୍ଭ କରି ତାଙ୍କର ଖାଇବା ପିଇବା ଓ ଔଷଧ ଖର୍ଚ୍ଚ ନିଜେ ହିଁ କରିଥାନ୍ତି ।ଭବିଷ୍ୟତରେ ମୟୁରଙ୍କ ପାଇଁ ଏକ ଆଶ୍ରୟସ୍ଥଳ କରିବା ପାଇଁ ୩ ଏକର ଜମି ବି କିଣିଛନ୍ତି .. ହେଲେ ଏହାକୁ ତିଆରି କରିବା ପାଇଁ ତାଙ୍କ ପାଖରେ ପ୍ରଚୁର ଟଙ୍କା ର ଆବଶ୍ୟକତା ରହିଛି ଯାହା ଏବେ ନାରାୟଣ ଙ୍କ ପାଖରେ ନାହିଁ ଏଥିପାଇଁ ସେ ସହୟତା ବି ମାଗିଛନ୍ତି ।