<h3>ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଚନ୍ଦ୍ରବାବୁ ନାଇଡୁ । ଟିଡିପି ର ମୁଖ୍ୟ ଏନ୍ ଚନ୍ଦ୍ରବାବୁନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା, ବନ୍ଦୀ ସଞ୍ଜୟ କୁମାରଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ ।ଚନ୍ଦ୍ରବାବୁ ନାଇଡୁବିଜୟୱାଡା ଉପକଣ୍ଠ କେସରାପଲ୍ଲୀରଗନ୍ନାଭରମବିମାନ ବନ୍ଦର ସମ୍ମୁଖ ମେଧା ଆଇଟି ପାର୍କ ନିକଟରେ ଶପଥ ଗ୍ରହଣକାର୍ଯ୍ୟକ୍ରମହୋଇଥିଲା ।ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣଉତ୍ସବରେସାଉଥ ସୁପରଷ୍ଟାରଚିରଞ୍ଜିବୀ, ରଜନୀକାନ୍ତ ପ୍ରମୁଖସାଉଥ କଳାକାରଉପସ୍ଥିତଥିଲେ ।ଏହା ପୂର୍ବରୁମଙ୍ଗଳବାରଟିଡିପିଏବଂଏନଡିଏରବିଧାୟକମାନେ ନାଇଡୁଙ୍କୁ ନିଜରନେତାଭାବେ ନିର୍ବାଚିତକରିଥିଲେ ।ଏହାପରେରାଜ୍ୟପାଳଏସ୍ ଅବଦୁଲ ନାଜିରମଙ୍ଗଳବାର ନାଇଡୁଙ୍କୁସରକାର ଗଠନ କରିବା ପାଇଁ ନିମନ୍ତ୍ରଣକରିଥିଲେ । ପରେ ନାଇଡୁରାଜଭବନରେ ନାଜିରଙ୍କୁଭେଟିଥିଲେ ।ନାଇଡୁଙ୍କସହଜନସେନାମୁଖ୍ୟ ପୱନ କଲ୍ୟାଣଏବଂଏହାରବରିଷ୍ଠନେତା ଏନ ମନୋହର, ନାଇଡୁଙ୍କ ପୁଅ ନାରାଲୋକେଶଏବଂଟିଡିପି ର ଆନ୍ଧ୍ରପ୍ରଦେଶ ନେତା ଅଚେନ ନାଇଡୁ ଶପଥ ନେଇଛନ୍ତି ।ତେବେ ୨୮ ବର୍ଷବୟସରେଚନ୍ଦ୍ରବାବୁ ନାଇଡୁ ପ୍ରଥମ ଥର ବିଧାୟକଭାବେ ନିର୍ବାଚିତହୋଇଥିଲେ ।ପରେ ୩୦ ବର୍ଷବୟସରେସେ ଆନ୍ଧ୍ରପ୍ରଦେଶରେମନ୍ତ୍ରୀ ଓ ୪୫ ବର୍ଷବୟସରେମୁଖ୍ୟମନ୍ତ୍ରୀହୋଇଥିଲେ ।ଚନ୍ଦ୍ରବାବୁ ନାଇଡୁତାଙ୍କରରାଜନୈତିକକ୍ୟାରିୟର ପ୍ରଥମେକଂଗ୍ରେସସହମିଶିକାମ ଆରମ୍ଭ କରିଥିଲେ ।ସେ ୧୯୭୮ ମସିହାରେଜୀବନର ପ୍ରଥମ ନିର୍ବାଚନ ଲଢିବିଧାୟକଭାବରେବିଜୟଲାଭକରିଥିଲେ ।</h3>