ଜି ଆର ଏସ୍ ଙ୍କର ୧୪ ମାସ ଦରମା ବନ୍ଦ । ଅଭାବ ଅନାଟନରେ କଟୁଛି ଦିନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପଞ୍ଚାୟତ ସମିତି ଅଧିନରେ ଥିବା ଖୁଟଵାଇ ପଞ୍ଚାୟତ ର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ (ଜି ଆର ଏସ୍) ଦିର୍ଘ ୧୪ ମାସର ପ୍ରାପ୍ୟ ବେତନ ଟଙ୍କାନ ପାଇ ବ୍ଲକ୍ ଅଫିସ୍ କାର୍ଯ୍ୟାଳୟର ଗେଟ୍ ସମ୍ମୁଖରେ ଧାରଣା ରେ ବସିଛନ୍ତି । ସୂଚନା ଅନୁଯାୟୀ ଖୁଟବାଇ ପଞ୍ଚାୟର କାର୍ଯ୍ୟରତ ଜି ଆର ଏସ୍ ଙ୍କର ୧୪ ମାସର ଦରମା ବନ୍ଦ । ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ୧୪ ମାସ ହବ ନାହିଁନଥିବା ଅସୁବିଧାରେ ଚଳି ଆସୁଛନ୍ତି । ପରିବାର ଚଳାଇବା ପାଇଁ ଦରମା ଟଙ୍କା ଛଡା ଅନ୍ୟ କୋଣସି ସାହାଯ୍ୟ ସହାୟତା ନାହିଁ ୪ ପ୍ରାଣି ଦୁଃଖ କଷ୍ଟ ରେ ଦିନ କାଟୁଛନ୍ତି ଦରମା ଟଙ୍କା ପାଇଁ ଦୀର୍ଘ ଦିନ ଧରି ପାପଡାହାଣ୍ଡି ଵିଡିଓ ଶ୍ରୀମତୀ ରଞ୍ଜିତା ମଲ୍ଲିକ କୁ ବାରମ୍ବାର ଗୁହାରୀ କରିଥିଲେ ସୁଧା ବିଡ଼ିଓ ଶ୍ରୀମତି ରଞ୍ଜିତା ମଲ୍ଲିକ ଆଜି କାଲି କହି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେବା ଯୋଗୁଁ ଅସହାୟ ହୋଇପଡିଛନ୍ତି ଜିଆରଏସ ଦିଲିପ୍ କୁମାର୍ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ ସୁସମା ପ୍ରଧାନ ପୁଅ ସ୍ମୃତି ରଞ୍ଜନ ପାତ୍ର ସହ ସ୍ଵପରିବାର ଆଜି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ୧୪ ମାସର ଦରମା ଟଙ୍କା ପାଇଁ ଧାରଣାରେ ଵସିବା ସହିତ ଦରମା ନ ମିଳିଲେ ବିଡ଼ିଓଙ୍କ ଅଫିସ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ବିଡ଼ିଓ ଏହାକୁ ଏତେଟା ଗୁରୁତ୍ୱ ଦେଇ ନଥିବାରୁ ଦରମା ଟଙ୍କା ପାଇଁ GRS ଙ୍କ ପରିବାର ପ୍ରଶାସନ ପାଖରେ ଵିନମ୍ର ଅନୁରୋଧ କରିଛନ୍ତି ।
#NABARANGPUR #GRS #NNSODIA