ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରେ ଘଟିଛି ଏଭଳି ଏକ ଘଟଣା ଯାହାକି ସମାଜରେ ଉଦାହରଣ ସୃଷ୍ଟି କରିଛି । ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ, ଚିକିଲିଆଗୁଡା ଗ୍ରାମର ଜୈନିକା ମହିଳା ପ୍ରସବ ଯନ୍ତ୍ରଣା ହେବାରୁ ମଇଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗର୍ଭପାତ ସକାଶେ ଆସିଥିଲେ। ପ୍ରଥମେ ଗର୍ଭବତୀ ମହିଳାଙ୍କ କରୋନା ପରୀକ୍ଷା କରଯାଇଥିଲା।ଟେଷ୍ଟ ପରେ ପରୀକ୍ଷକ ସତ୍ୟଜିତ ଟାକ୍ରି କରୋନା ପୋଜିଟିଭ ଥିବା ସୂଚନା ଦେଇଥିଲେ । ମଇଦଲପୁର ରେ କାର୍ଯ୍ୟରତ ଡାକ୍ତର ମୋହନ ଦାସ ଙ୍କୁ ଜଣାଇ ଦିଆଗଲା । ଡାକ୍ତର ପଜିଟିଭ କଥା ଶୁଣି ବ୍ୟତିବ୍ୟସ୍ତ ହେଇଯାଇଥିଲେ । ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେଉଥିବା ଜାଣି ଡାକ୍ତର ମୋହନ ଦାସ ସଙ୍ଗେ ସଙ୍ଗେ ପିପିଇ କିଟ ପିନ୍ଧି ଚିକିତ୍ସା ରେ ଲାଗିପଡିଲେ । କିଛି ସମୟ ପରେ ଗର୍ଭବତୀ ମହିଳାଙ୍କ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଜୀବନ କୁ ବାଜି ଲଗାଇ ମଇଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟକର୍ମୀ ରଶ୍ମିତା ବାଗ ଓ ସହାୟିକା ପଦ୍ମା ଭତ୍ରା ପିପିଇ କିଟ ପିନ୍ଧି ପ୍ରସବ କରାଇବା ରେ ଡାକ୍ତର ଙ୍କୁ ସହଯୋଗ କରିଥିଲେ। ଏଭଳି କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ଙ୍କ କାର୍ଯ୍ୟ ପ୍ରସଂଶନିୟ । ଏମାନେ ହେଲେ ସମ୍ମୁଖ ଯୋଦ୍ଧା। ଗର୍ଭପାତ ପରେ ମାଆ ଓ ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଥିଲେ। ଗର୍ଭପାତ ପରେ ମା ଓ ଶିଶୁ ଙ୍କୁ ତାଙ୍କ ଘରକୁ ପଠାଇ ଦିଆଗଲା ଓ ଘରେ ସଂଘରୋଧ ରେ ରହିବାକୁ ପରାମର୍ଶ ଦେଇଥିଲେ । ଜଣେ ଗର୍ଭବତୀ ମହିଳା ଘର କୋଣ ରେ ରହି ଯଦି ପୋଜିଟିଭ ହୁଅନ୍ତି ତାହେଲେ ସେହି ଗ୍ରାମର କେତେକ ବ୍ୟକ୍ତି ନିଶ୍ଚିତ କରୋନା ଆକ୍ରାନ୍ତ ଥିବା ସନ୍ଦେହ ଘେରକୁ ଆସୁଛି । ଏଣୁ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ଚିକିଲିଆଗୁଡା ଗ୍ରାମ କୁ କଣ୍ଟାକ୍ଟ ଟ୍ରେସିଂ କରି କରୋନା ପରୀକ୍ଷା କାରାଯିବାକୁ ସାଧାରଣ ରେ ଦାବି ହେଉଛି ।