ଦଦରା ଭଙ୍ଗା କୁଡ଼ିଆ ଘରେ ବିତୁଛି ବୁଢି ମା’ର ଜୀବନ। କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସେହି ଯୋଜନା ସବୁ ବଡ଼ବଡିଆ ଓ ନେତା ମାନଙ୍କ ପାଖରେ ବନ୍ଧା ପଡିଯାଉଛି । ସେହି ସବୁ ଯୋଜନାରୁ ବଞ୍ଚିତ ହେଉଥିବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ମେଣ୍ଟ୍ରି ଗ୍ରାମରେ। ଅହଲ୍ୟା ବିଷୋୟୀ ଝାଟିମାଟି ଭଙ୍ଗା କୁଡ଼ିଆ ଘରେ ଦିନ କାଟୁଥିବାବେଳେ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନାହିଁ l ସେ ଦଦରା ଭଙ୍ଗା କୁଡ଼ିଆ ଘରେ ଏବେ ବି ଦିନ କଟୁଛନ୍ତି । ଟିକେ ବର୍ଷା ହେଲେ ଛତା ଧରି ରାତି ରାତି ଅନିଦ୍ରା ହୋଇ ବସି ରହୁଛନ୍ତି ବୁଢୀ ମା l ମୋର ଦୁଃଖ କିଏ ବୁଝୁଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି l ସରପଞ୍ଚ,ବିଡିଓ ଜିଲ୍ଲାପାଳଙ୍କୁ ଅଭିଯୋଗ କଲାପରେ ତୋର ଆବାସ ଯୋଜନାରେ ନାଁ ଥିଲେ ପାଇବୁ ବୋଲି କହିଥିଲେ l ଏବେ ସେ ଚାଲିପାରୁ ନ ଥିବାବେଳେ କାହାକୁ କହିବି ମୋର ଦୁଃଖ କିଏ ଶୁଣିବ ବୋଲି କାନ୍ଦି କାନ୍ଦି କହୁଛନ୍ତି ବୁଢୀ ମା l ତାଙ୍କୁ ପେନସନ ଓ ଚାଉଳ 5 କିଲୋ ଯୋଗେଇ ଦେଇ ପ୍ରଶାସନ ଚୁପ l ସରକାର ମୋତେ ଘରଟିଏ ଯୋଗେଇ ଦିଅନ୍ତୁ ବୋଲି କାକୁତି ମିନତୀ ହୋଇଛି ବୁଢୀ ମା l