ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୬.୦୩): ହୋଟେଲ ରୁ ଆଣି ଖାଇବା ତୁଳନାରେ ଘରେ ବନାଇ ଖାଇବାରେ ଏକ ଭିନ୍ନ ଚାର୍ମ ଥାଏ। ଆଜି ତ ରବିବାର । ଏକ ସ୍ପେସିଆଲ ଡ଼ିସ ହେଇଯାଉ ତାହାଲେ । ଆଜି ଆମେ ବନାଇବା ମସରୁମ୍ କୋର୍ମା ।
ଆବଶ୍ୟକ ସାମଗ୍ରୀ: ଛତୁ, ଦହି, ନଡ଼ିଆ କୋରା, ଚାରମଗଜ,କାଜୁ,ଅଦା ଓ ରସୁଣ ପେଷ୍ଟ, କଟା ଗାଜର, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା, ଗୁଜୁରାତି, ଡାଲଚିନି, ଲବଙ୍ଗ, ତେଜପତ୍ର, ଫାଇନ୍ ତେଲ ଓ ସ୍ୱାଦନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାରମଗଜ ଓ କାଜୁକୁ ପାଣିରେ ଭିଜାଇ ରଖନ୍ତୁ। ଏହା ଭଲଭାବେ ଭିଜି ଗଲା ପରେଏହାକୁ ଛାଣି ରଖନ୍ତୁ। ଏହାପରେ କୋରା ନଡ଼ିଆ, ଅଳ୍ପ ପିଆଜ ସହିତ ଭିଜା ଯାଇଥିବା ଚାରମଗଜ ଏବଂ କାଜୁକୁ ଗ୍ରାଇଣ୍ଡରରେ ପକାଇ ପେଷ୍ଟ୍ ପ୍ରସ୍ତୁତ କରି ଦିଅନ୍ତୁ।
ଏହାପରେ ଅଳ୍ପ ଦହି ଓ ପାଣି ଦେଇ କିଛି ସମୟ ଏହାକୁ ଘୋଡ଼େଇ ଦିଅନ୍ତୁ। ତରକାରିରେ ପାଣି ଫୁଟି ଟିକେ ଶୁଖିଗଲା ପରେ ଚୁଲିକୁ ବନ୍ଦ କରି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମସରୁମ୍ କୋର୍ମା’। ଏହି ରେସିପିଟିକୁ ଆପଣ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ। ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।