ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଡ. ଧ୍ରୁବରାଜ ନାଏକଙ୍କୁ ରବିବାର ଅମାନୁଷିକ ଭାବେ ହତ୍ୟା ଘଟଣା । ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ଗିରଫ କରିଛି ପୋଲିସ । ଟଙ୍କା ପାଇଁ ନୁହେଁ ବରଂ ମାଛ ଚାଷକୁ କେନ୍ଦ୍ର କରି କୁଳପତିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । କୁଳପତି ଡକ୍ଟର ଧ୍ରୁବରାଜ ମାଛ ଚାଷ ପାଇଁ ନିଜ ପୋଖରୀକୁ ଅନ୍ୟକୁ ଲିଜ୍ ଦେଇଥିଲେ । ସେହି ଲିଜ୍କୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛି ପୋଲିସ । ଜେରା ବେଳେ ଅଭିଯୁକ୍ତ ପ୍ରବୀଣ ମାଛ ପୋଖରୀ ଲିଜକୁ ନେଇ ହତ୍ୟା କରିଥିବା କହିଛି । ଗତକାଲି ଅଭିଯୁକ୍ତ ଝାରସୁଗୁଡା କୁଆଁରମାଳ ସର୍ଗିଡିହି ସ୍ଥିତ କୁଳପତିଙ୍କ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଏହି ବର୍ବର କାଣ୍ଡ ଘଟାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ସୂଚନା ଅନୁସାରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ପ୍ରବୀଣ ଧରୁଆଙ୍କୁ ଗିରଫ କରିଛି ପୁଲିସ୍। ପ୍ରବୀଣର ଘର ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲରେ। ଗତକାଲି ଧ୍ରୁବରାଜ ନାୟକଙ୍କୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ।