ପୌର ଭୋଟରେ ନୋଟା ବ୍ୟବସ୍ଥା | ପ୍ରାର୍ଥୀ ପସନ୍ଦ ନଥିଲେ ନୋଟାରେ ଭୋଟ ଦେଇପାରିବେ ଭୋଟର | ତେବେ ରାଜ୍ୟରେ ପ୍ରଥମଥର ପାଇଁ ପୌର ଭୋଟରେ ନୋଟା ବ୍ୟବସ୍ଥା କରାଯାଇଛି । ଆଗାମୀ ପୌର ନିର୍ବାଚନରେ ଇଭିଏମ ବ୍ୟବହାର ହେବାକୁ ଥିବା ବେଳେ ଏଥିରେ ‘ନୋଟା’ ବ୍ୟବସ୍ଥା ମଧ୍ୟ ରହିବ। ପ୍ରତିଦ୍ବଦ୍ବନ୍ଦିତା କରୁଥିବା କୌଣସି ପ୍ରାର୍ଥୀ ମତଦାତାଙ୍କ ପସନ୍ଦ ନହଲେ ସେ ‘ନୋଟା’ରେ ଭୋଟ ଦେଇପାରିବେ। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ଆଜି ପୌର ଭୋଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ପୌର ନିର୍ବାଚନ ଲାଗି ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଅଧ୍ୟକ୍ଷତା କରିଥଲେ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ଏଥର କାଉନସିଲର, କର୍ପୋରେଟର ପ୍ରାର୍ଥୀମାନେ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସତ୍ୟ ପାଠ ଦାଖଲ ନକଲେ ପ୍ରାର୍ଥୀପତ୍ର ନାକଚ ହେବ ।