ମୁମ୍ବାଇ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମହାରଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମନି ଲଣ୍ଡ୍ରିଂର ଏକ ମାମଲାରେ ଆଜି ନାଗପୁର ଓ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି । ଅଧିକାରୀ କହିଛନ୍ତି, ପିଏମଏଲଏ ପ୍ରାବଧାନ ଅନୁସାରେ, ଦେଶମୁଖଙ୍କ ବାସଭବନ ଉପରେ ଚଢାଉ କରାଯାଇଛି । ଇଡି ଟିମ ଅନେକ ପୁଲିସ ଓ କେନ୍ଦ୍ରୀୟ ପୁଲିସ ବଳ ସହିତ ଦେଶମୁଖଙ୍କ ଘରେ ପହଂଚିଥିଲେ । କେନ୍ଦ୍ରୀୟ ଯାଂଚ ଏଜେନ୍ସି ସିବିଆଇର ଏକ ଏଫଆଇଆର ଅଧ୍ୟୟନ କରିବା ପରେ ଗତମାସରେ ଦେଶମୁଖ ଓ ଅନ୍ୟମାନଙ୍କ ବିରୋଧରେ ପିଏମଏଲଏ ଅନୁସାରେ, ଏକ ଅପରାଧିକ ମାମଲା ରୁଜୁ କରିଥିଲା । ସିବିଆଇ ବମ୍ବେ ହାଇକୋର୍ଟଙ୍କ ଆଦେଶ ଉପରେ ଏକ ମାମଲା ରୁଜୁ କରିବା ପରେ ପ୍ରାରମ୍ଭିକ ତଦନ୍ତ କରିଥିଲା । ଯାହାପରେ ଇଡି ମାମଲା ରୁଜୁ କରିଥିଲା । ହାଇକୋର୍ଟ ସିବିଆଇକୁ ମୁମ୍ବାଇର ପୂର୍ବ ପୁଲିସ ଆୟୁକ୍ତ ପରମବୀର ସିଂହଙ୍କ ଦ୍ୱାରା ଦେଶମୁଖଙ୍କ ବିରୋଧରେ ଲଗାଯାଇଥିବା ଲାଂଚ ନେବା ଅଭିଯୋଗର ତଦନ୍ତ ପାଇଁ କହିଥିଲେ । ଭ୍ରଷ୍ଟାଚାର ଆରୋପ ଲାଗିବା ପରେ ଏନସିପି ର ବରିଷ୍ଠ ନେତା ଅନିଲ ଦେଶମୁଖ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।