ଓଡ଼ିଶାର ଏକ କୃଷି ଭିତ୍ତିକ ରାଜ୍ୟ । କୃଷକର ଭିତ୍ତିଭୂମି ଏବଂ ମାନଦଣ୍ଡ ଉପରେ ଆମ ରାଜ୍ୟର ଅର୍ଥନୈତିକ ମାନଦଣ୍ଡ ନିର୍ଭର କରେ । ରାଜ୍ୟ ସରକାର ମଧ୍ୟ କୃଷକ ମାନଙ୍କର ବିକାଶ ଏବଂ କୃଷିକ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏମଏସପି ବା ମିନିମମ ସପୋର୍ଟ ପ୍ରାଇସ ଘୋଷଣା କରିଛନ୍ତି । ଏଠାରେ ଉଲେଖ ଯୋଗ୍ୟ ଯେ କୃଷିକ୍ଷେତ୍ରର ଉତ୍ପାଦନରେ ଆମ ରାଜ୍ୟ ପ୍ରାୟ ୨୬ ପ୍ରତିଶତ ଯୋଗଦାନ କରିଥାଏ । ରାଜ୍ୟର କ୍ୟାବିନେଟ କୃଷକମାନଙ୍କ ପାଇଁ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଭଳି ରବି ଫସଲର ସହାୟ ମୂଲ୍ୟ ବା ଏମଏସପି ଘୋଷଣା କରିଛନ୍ତି । ସୂଚୀ ଅନୁଯାୟୀ, ମୁଗ – ୭୧୯୬/- ବିରି – ୬୦୦୦/- ଚିନାବାଦାମ – ୫୨୭୫/- ସୂର୍ଯ୍ୟମୁଖୀ – ୫୮୮୫/- ରାଜ୍ୟ ସରକାରଙ୍କ ଠାରୁ କୃଷକ ମାନଙ୍କ ପାଇଁ ଏହି ସହାୟକ ମୁଲ୍ୟ ଧାର୍ଯ୍ୟ କରାଯାଇଛି ।
#MSP #AGRICULTURE #ODISHA #NNSODIA