ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ର ଏକ ସଫଳ ଦଳ | ସିଏସକେ ଚାରିଥର ଆଇପିଏଲ ଟାଇଟଲ ଜିତିବାରେ ସକ୍ଷମ ହୋଇଛି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦମଦାର ଅଧିନାୟକତ୍ୱ ଯୋଗୁ ଏହି ଦଳ ବେଶ ସଫଳତା ହାସଲ କରିପାରିଛି | ତେବେ ଆଜି ଆଇପିଏଲରେ ହୋଇଛି ଏକ ବଡ ଧରଣର ଅଦଳବଦଳ | ଆଇପିଏଲ୍ ୨୦୨୨ ଖେଳ ପୂର୍ବରୁ ସିଏସକେ ଦଳର ଅଧିନାୟକତ୍ୱ ପଦ ଛାଡିଛନ୍ତି ଧୋନି | ତାଙ୍କ ସ୍ଥାନରେ ଜଣେ ଷ୍ଟାର ଖେଳାଳିଙ୍କୁ ଦିଆଯାଇଛି ଅଧିନାୟକ ପଦ |ଧୋନିଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦିଆଯାଇଛି ଅଧିନାୟକ ଦାୟିତ୍ୱ । ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି | କିନ୍ତୁ ଧୋନି ଜଣେ ଖେଳାଳି ଭାବରେ ଦଳ ସହିତ ଜଡିତ ରହିବେ ବୋଲି କୁହାଯାଇଛି | ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡ଼ିତ ରବୀନ୍ଦ୍ର ଜାଡ଼େଜା । ସେ ଦଳର ତୃତୀୟ ଖେଳାଳି ଭାବେ ସିଏସକେର ଅଧିନାୟକ ଦାୟିତ୍ୱ ତୁଲାଇବେ ।
ସୂଚନା ଥାଉ କି, ଆଇପିଏଲ୍୨୦୨୨ ର ମେଗା ନିଲାମ ପୂର୍ବରୁ ଜାଡେଜା ଚେନ୍ନାଇ ପକ୍ଷରୁ କିଣାଯାଇଥିବା ସବୁଠାରୁ ମହଙ୍ଗା ଖେଳାଳି | ଦଳ ପକ୍ଷରୁ ଏମଏସ ଧୋନିଙ୍କୁ ୧୨ କୋଟି ଟଙ୍କା ଦିଆଯାଇଥିବା ବେଳେ ଜାଡେଜାଙ୍କୁ ୧୬କୋଟି ଟଙ୍କାରେ କିଣିଥିଲା ଚେନ୍ନାଇ ସୁପର କିଙ୍ଗ୍ସ |