ଏନଏନଏସ୍: ଧୋନୀ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇପିଏଲରୁ ଅବସର ନେବେନି ମହେନ୍ଦ୍ର ସିଂହ ଧୋନୀ । ଶରୀର ସାଥ ଦେଲେ ଖେଳିବେ ଆସନ୍ତା ଆଇପିଏଲ । ଏଭଳି କିଛି ମନ୍ତବ୍ୟ ଦେଇ ସିଏସକେ ପ୍ରଶଂସକଙ୍କ ମଧ୍ୟରେ ଏକ ନୂଆ ଆଶା ସଞ୍ଚାର କରିଛନ୍ତି ଏମଏସଡି । ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରୁ ଅବସର ନେଇ ନାହାନ୍ତି । ସେ କହିଛନ୍ତି ଯେ, ଆଗାମୀ ଆଇପିଏଲରେ ସେ ଖେଳିବେ କି ନାହିଁ ଏନେଇ ଭାବିବା ପାଇଁ ତାଙ୍କ ପାଖରେ ୬-୭ ମାସ ସମୟ ଅଛି । ଆଗାମୀ ଆଇପିଏଲରେ ଖେଳିବା ପାଇଁ ତାଙ୍କୁ ତାଙ୍କ ଶରୀର ସାଥ ଦେବା ଦରକାର । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ତାଙ୍କ ଆଣଣ୍ଠୁରେ ଆଘାତ ଲାଗିଥିଲେ ମଧ୍ୟ ମ୍ୟାଚରେ ତାଙ୍କର ଧୂଆଁଧାର ଷ୍ଟମ୍ପିଙ୍ଗ ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ସୋମବାର ଓ ମଙ୍ଗଳବାର ମଧ୍ୟରାତ୍ରିରେ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ତେବେ ଗୁଜୁରାଟ ପ୍ରଥମେ ବ୍ୟାଟିଙ୍ଗ କରିବାପରେ ବର୍ଷା ଯୋଗୁ ମ୍ୟାଚ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ତେବେ ଧୋନୀ ତାଙ୍କ ଅବସରକୁ ନେଇ କହିଛନ୍ତି ଯେ, ଆସନ୍ତା ଆଇପିଏଲ ଖେଳିବା ତାଙ୍କ ଶରୀର ପାଇଁ ସହଜ ହୋଇନପାରେ। କିନ୍ତୁ ଯଦି ତାଙ୍କ ଶରୀର ସାଥ ଦିଏ ତେବେ ସେ ଆସନ୍ତାବର୍ଷ ଆଇପିଏଲ ଖେଳିବେ ବୋଲି କହିଛନ୍ତି ।