ଶୁକ୍ରବାରଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫୋଲୋସିପ୍ ଟେଷ୍ଟ ଅନ୍ଲାଇନ୍ ଆବେଦନ । ଏହା ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ www. samsodisha.gov.in ରେ ଆବେଦନ କରିପାରିବେ । ଜାନୁଆରୀ ୩ ଓ ୪ ତାରିଖରେ ଫର୍ମ ସଂଶୋଧନ କରିବାର ସୁଯୋଗ ମିଳିବ ।
ଆବେଦନକାରୀଙ୍କ ପରୀକ୍ଷା ହଲ୍ ଟିକେଟ୍ ପରୀକ୍ଷାର ୧୦ ଦିନ ପୂର୍ବରୁ ଏସ୍ଏସ୍ବି ୱେବ୍ସାଇଟ୍ରେ ଉପଲବ୍ଧ ହେବ । ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେବାକୁ ଥିବା ଏହି ପରୀକ୍ଷାରେ ୧୦୦ ମାର୍କର ପ୍ରଶ୍ନ ଆସିବ । ଇଂରାଜୀ ସମେତ ଓଡ଼ିଆ ଓ ଉର୍ଦ୍ଦୁ ଭାଷାରେ ପ୍ରଶ୍ନ ଆସିବ । ୧ ପାର୍ଟରେ ୨୦ ମାର୍କ ଏବଂ ୨ ପାର୍ଟ-ବି ରେ ୭୦ ମାର୍କର ପ୍ରଶ୍ନ ଆସିବ ।
ଆବେଦନକାରୀ ପାର୍ଟ-ଏ ରେ ୧୦ରୁ ଅଧିକ ମାର୍କ ରଖିଲେ ପାର୍ଟ-ବିରେ ମାର୍କ ସଂଯୋଗ କରାଯାଇ ଫାଇନାଲ୍ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ । ଏହି ପରୀକ୍ଷାରେ ନେଗେଟିଭ୍ ମାର୍କିଂ ନାହିଁ । ସ୍ନାତକ ଓ ସ୍ନାତକୋତ୍ତରରେ ପ୍ରଥମଶ୍ରେଣୀରେ ପାସ୍ କରିଥିଲେ ପ୍ରବେଶିକା ପରୀକ୍ଷା ଦେବାକୁ ଅଗ୍ରାଧିକାର ଦିଆଯିବ ।
ରାଜ୍ୟରେ ଚଳିତ ବର୍ଷରୁ ନୂଆ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ୍ (ସିଏମ୍ଆର୍ଆଇଏଫ୍ପି) ଛାତ୍ରବୃତ୍ତି ଲାଗୁ ହୋଇଛି । ରାଜ୍ୟ ବିଶ୍ୱବିଦ୍ୟାଳୟମାନଙ୍କରେ ଗବେଷଣା ତଥା ପିଏଚ୍ଡି ପଢ଼ୁଥିବା ପିଲା ପାଇବେ ଏହି ସୁବିଧା । ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ୩୦ହଜାର ଟଙ୍କା ଲେଖାଏ ଦିଆଯିବ । ରାଜ୍ୟର ୩୦୦ ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଏହି ଛାତ୍ରବୃତ୍ତି ଦିଆଯିବ । ଏଥିସହ ସାଇନ୍ସରେ ପିଏଚ୍ଡି କରୁଥିବା ଛାତ୍ରଛାତ୍ରୀଙ୍କୁ ୫୦ହଜାର ଓ ସାମାଜିକ ବିଜ୍ଞାନରେ ପିଏଚ୍ଡି ପାଇଁ ବାର୍ଷିକ ୩୦ ହଜାର ଟଙ୍କା ଦିଆଯିବ ।