ଢେ଼ଙ୍କାନାଳ ସାଂସଦ ମହେଶ ସାହୁଙ୍କ ପୋଷ୍ୟ ଗାଁ ଦଧିସିଙ୍ଗା ଗ୍ରାମର ବିକାଶର ୟେ ନଗ୍ନ ଚିତ୍ର । ଖବରନେବାରୁ ଜଣାପଡିଛି ଯେ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିଵୋ ପଂଚାୟତ ଦଧିସିଙ୍ଗା ଗ୍ରାମଟି ଭୁବନ ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ହୋଇଥିବାବେଳେ ଏହା କୋୖଣସି ଉପାନ୍ତ ଅଞ୍ଚଳଠାରୁ କମନୁହେଁ । ଗାଁଟିକୁ ଦେଖିଲେ ମନେହୁଏ ସ୍ୱାଧୀନତାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ, ଏହି ଗାଁକୁ ବିକାଶର ଛାଇ ମାଡିନି । ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଏହି ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ । । ଦଧିସିଙ୍ଗା ଗ୍ରାମବାସି ଦୀର୍ଘଦିନର ସମସ୍ୟା ପୂରଣ ହୋଇଯିବ ବୋଲି ଖୁସି ହୋଇଯାଇଥିଲେ କିନ୍ତୁ ସାଂସଦ ପୋଷ୍ୟ ଗ୍ରାମ ଗ୍ରହଣ କଲାଦିନଠାରୁ ଯେମିତି ଅଭିଶପ୍ତ ହୋଇ ପଡିଛି ଏହି ଗାଁ । ସାଂସଦଙ୍କ ଦାଇତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ସରପଞ୍ଚ ସନ୍ତୋଷ ଖୁଣ୍ଟିଆ । ଗ୍ରାମ ବାହାରକୁ ଯିବାପାଇଁ ସ୍ଥାୟୀ ରାସ୍ତାଟିଏ ନଥିବାରୁ ସେଠାରେ ନିର୍ମିତ ହେଉଥିବା ବ୍ରିଜ ବାଡ଼ରେ ଏକ ରସିବାନ୍ଧି ସିଡ଼ି ସାହାଯ୍ୟରେ ଗ୍ରାମବାସୀ ନିଜ ଜୀବନକୁ ବାଜି ଲଗାଇ ଉପରକୁ ଯାଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏକ ଅସ୍ଥାୟୀ ରାସ୍ତା ତୁରନ୍ତ କରିବାପାଇଁ ସ୍ଥାନୀୟ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ତୁରନ୍ତ ଉପରିସ୍ଥ ଅଧିକାରୀ ମାନେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ଧ୍ୟାନ ଦେବାପାଇଁ ଢେ଼ଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଜିଆ ଦଳ ତରଫରୁ ଦାବି କରାଯାଉଛି । ନଚେତ ଆଗାମୀ ଦିନରେ ଯଦି କିଛି କ୍ଷତି ଘଟେ ସେଥିପାଇଁ ପ୍ରଶାସନ ଦାଇ ରହିବେ ଏବଂ ଦଳ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ।