ଆମେରିକା ସହ ଦ୍ୱିପାକ୍ଷିକ ଆଲୋଚନା ପରେ ପ୍ରଥମ ପ୍ରତିକ୍ରିୟାରେ ଆଉଟଷ୍ଟାଣ୍ଡିଙ୍ଗ ବା ଚମତ୍କାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଇଣ୍ଡୋ-ୟୁଏସ ସମ୍ପର୍କ ମଜଭୁତ ଏବଂ ସୁଦୃଢ଼ ହେବା ସ୍ବାଭାବିକ। କୋଭିଡ ୧୯ , ପାଣିପାଗ ଦ୍ରୁତ ପରିବର୍ତ୍ତନ, ବ୍ୟାପାର ଓ ଇଣ୍ଡୋ- ପାସିଫିକ ପଲିସି ଇତ୍ୟାଦି ବିଷୟରେ ଚର୍ଚ୍ଚା ସହ ଆମେରିକା ଓ ଭାରତ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ଦୁଇ ଦେଶର ନେତା ଏକମତ ହୋଇଥିଲେ। ତେବେ ଚାଲନ୍ତୁ ଜାଣିବା ମୋଦି କଣ କହିଲେ ବାଇଡେନଙ୍କୁ । କେଉଁ ସବୁ ବିଷୟରେ ଦୁହେଁ ହେଲେ ରାଜି। କଣ ଆମେରିକା ଓ ଭାରତର ସମ୍ପର୍କରେ ଆସିବ ନୂଆ ମୋଡ଼? ଦର୍ଶକବନ୍ଧୁ ଆପଣ ଆମ ଚାନେଲ NNS ଓଡିଆକୁ ସୋସିଆଲ ମେଡିଆ ଯଥା ଫେସବୁକ, ୟୁ ଟ୍ୟୁବ, ଟ୍ୱିଟର ଓ ଇନ୍ସଟାରେ ଫଲୋ କରନ୍ତୁ ଏବଂ ଆମର ପୋଷ୍ଟ ଗୁଡିକୁ ଲାଇକ, ସେଆର ଓ ସବସକ୍ରାଇବ କରନ୍ତୁ। ମୋଦିଙ୍କ ଆମେରିକା ଗସ୍ତର ପୁଙ୍ଖାନୁପୁଙ୍ଖ ଖବର ପାଇ ଲଗ ଇନ କରନ୍ତୁ www.nnsodia.com ରେ। ମୋଦି 5T ଆଧାରରେ ଆମେରିକା ସହ କଲେ ସବିଶେଷ ଆଲୋଚନା। ୬୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏହି ଦ୍ୱିପାକ୍ଷିକ କଥାବାର୍ତ୍ତା। ଟ୍ରାଡିସନ, ଟ୍ୟାଲେଣ୍ଟ, ଟେକ୍ନୋଲୋଜି, ଟ୍ରେଡ଼ ଓ ଟ୍ରଷ୍ଟିଶିପ ମାଧ୍ୟମରେ ହିଁ ଆମେରିକା ଓ ଭାରତ ସମ୍ପର୍କରେ ଆସିବ ଦୃଢତା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଉକ୍ତ ଆଲୋଚନାରେ ବାଇଡେନ ଆମେରିକା ପ୍ରଗତି ପଛରେ ପ୍ରବାସୀ ଭାରତୀୟଙ୍କ ଭୂମିକାକୁ ପ୍ରଶଂସା କରି କହିଲେ ଦୁଇ ଦେଶ ଏହାକୁ ଆଧାର କରି ସମ୍ପର୍କକୁ ନିବିଡ଼ କରିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ମୋଦି କହିଲେ ବାଣିଜ୍ୟକୁ ସୁଦୃଢ଼ କରିବା ପାଇଁ ଦୁଇ ଦେଶ ନିଜର ସାମର୍ଥ୍ୟ ଓ ଅନୁଭୂତିକୁ ପାଥେୟ କରି ଅଧିକରୁ ଅଧିକ ବାଣିଜ୍ୟ ଉପଯୋଗୀ କରିବାର ସମୟ ଆସିଛି। ଭବିଷ୍ୟତରେ ପ୍ରଗତି ପାଇଁ ଆଧୁନିକ ଜ୍ଞାନ କୌଶଳ ସହାୟତାର ବୁଝାମଣା ଆମେରିକା ଓ ଭାରତ ସମ୍ପର୍କ ବିଶ୍ୱ ପାଇଁ ଜରୁରୀ ଅଟେ। ବିଶ୍ୱ ହିତ ପାଇଁ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଦର୍ଶାଯାଇଥିବା ମାର୍ଗରେ ଦୁଇ ଦେଶ କାମ କରିବା ଉଚିତ ବୋଲି ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଜି ହୋଇଥିଲେ। ଖବର ଫଟଫଟ ଅପଡେଟ୍ ପାଇଁ ଆମକୁ ଜଲଦି ସାଵସ୍କ୍ରଇବ କରନ୍ତୁ ଓ ଲଗ ଇନ କରନ୍ତୁ www.nns odia.com ରେ। ଯଦି ଆମର ଏହି ଆର୍ଟିକଲ ଆପଣଙ୍କୁ ପସନ୍ଦ ଆସିଛି , ନିଶ୍ଚୟ ସେୟାର କରନ୍ତୁ। ନମସ୍କାର…
#ModiInAmerica #ModiBidenMeeting #IndoUSRelation #NNSODIA