ଏନଏନଏସ୍: ହ୍ଵାଇଟ୍ ହାଉସରେ ମୋଦି-ବାଇଡେନ୍ ଆଲୋଚନା । ସ୍ୱାଗତ ସମ୍ବର୍ଦ୍ଧନା ପରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଦୁଇ ଦେଶର ନେତା। ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସମୁଦ୍ର ଠାରୁ ମହାକାଶ ହେଉ କି ପ୍ରାଚୀନ ସଂସ୍କୃତି ଠାରୁ କୃତ୍ରିମ ବୁଦ୍ଧିମତ୍ତା ହେଉ, କାନ୍ଧରେ କାନ୍ଧ ମିଳାଇ ଚାଲୁଛନ୍ତି ଭାରତ-ଆମେରିକା। ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଆମେରିକା ବଦ୍ଧ ପରିକର ବୋଲି ମୋଦି କହିଛନ୍ତି। ଏଥିସହ ଆଲୋଚନାରେ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ସ୍ଥାନ ପାଇଛି। ହ୍ବାଇଟ୍ ହାଉସ୍ରେ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ବାଗତ ପାଇଁ ବାଇଡେନଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସ୍ବାଗତ ସମ୍ବର୍ଦ୍ଧନା ଭାରତର ୧୪୦ କୋଟି ଲୋକଙ୍କ ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।