ସମ୍ବଲପୁର(ଏନଏନଏସ୍): ଆଜି ସମ୍ବଲପୁରରେ ସଂଧ୍ୟା ୬ଟା ସୁଦ୍ଧା ଉପଲବ୍ଧ ହେବ ଇଣ୍ଟରନେଟ୍ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ୯ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବା ପୂର୍ବରୁ ଲିଜ୍ ଲାଇନ୍ ଅଞ୍ଚଳରେ ସେବା ଉପଲବ୍ଧ ଥିଲା । ସୂଚନାଯୋଗ୍ୟ ଗତ ୧୩ ତାରିଖରୁ ସମ୍ବଲପୁରରେ ଇଣ୍ଟରନେ୍ ସେବା ବନ୍ଦ ଥିଲା ।
ଅନ୍ୟପଟେ ଶନିବାର ଇଦ୍-ଉଲ୍-ଫିତର ଅବସରରେ ସମ୍ବଲପୁର ସହରରେ କର୍ଫ୍ୟୁ ୧୪ ଘଣ୍ଟା କୋହଳ ରହିବ। ଶୁକ୍ରବାର ୧୨ ଘଣ୍ଟା କର୍ଫ୍ୟୁ ଥିଲାବେଳେ ଆଜି ଇଦ୍ ପାଇଁ ଆଉ ୨ ଘଣ୍ଟା ଅଧିକ କୋହଳ କରାଯାଇଛି। ଆଜି ସକାଳ ୫ଟାରୁ ସଂଧ୍ୟା ୭ଟା ପର୍ୟ୍ୟନ୍ତ କର୍ଫ୍ୟୁ କୋହଳ ରହିବ ବୋଲି ସଦର ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଜ୍ଞପ୍ତି ଜାରି କରିଛନ୍ତି।