ଏନଏନଏସ୍: ସରକାରଙ୍କ ନିଷ୍ପତ୍ତି ପରେ ଗଞ୍ଜାମ,ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗଡିବ ମୋ ବସ୍ । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଗଡ଼ିବ ମୋ ବସ୍ ।
ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ଗଡ଼ିବ ମୋ ବସ୍ । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ପଶ୍ଚିମ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲାର ଲୋକମାନେ ସୁବିଧା ପାଇ ପାରିବେ । ଅନ୍ୟପଟେ କ୍ୟାପିଟାଲ ରିଜିଓନ ଅଞ୍ଚଳରେ ୩୯୦ ଓ ରାଉରକେଲାରେ ୧୦୦ ଟି ମୋ ବସ ଚଳାଚଳ କରୁଥିବା ବେଳେ ଅଧିକା ବସ୍ ଚଳାଚଳ କଲେ ଯାତ୍ରୀମାନେ ସୁବିଧା ପାଇ ପାରିବେ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ କହିଛନ୍ତି ।