ରାଜନୀତିରେ ସବୁ ସମ୍ଭବ | ୩ ମାସରେ ୩ ଟି ଦଳ ପରିବର୍ତନ କରିଛନ୍ତି ଜଣେ ବିଧାୟକ | ୪୬ ଦିନରେ ସେ ତିନି ଥର ଦଳ ପରିବର୍ତ୍ତନ କରିସାରିଛନ୍ତି | ଡିସେମ୍ବରରେ ବିଜେପି, ଜାନୁଆରୀରେ କଂଗ୍ରେସ, ଫେବୃଆରୀରେ ପୁନର୍ବାର ବିଜେପି | କଂଗ୍ରେସ ବିଧାୟକ ବଲୱିନ୍ଦର ସିଂ ଲାଡି ପ୍ରଥମେ ୨୮ ଡିସେମ୍ବର ୨୦୨୧ ରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ୬ ଦିନ ପରେ ସେ ପୁଣି କଂଗ୍ରେସ ଦଳକୁ ଫେରି ଆସିଥିଲେ | ଫେବୃଆରୀ ୧୧ ରେ ସେ ପୁଣି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ।
ପଞ୍ଜାବର ହରଗୋଭିନ୍ଦପୁରର କଂଗ୍ରେସ ବିଧାୟକ ବଲୱିନ୍ଦର ସିଂ ଲାଡି ଶୁକ୍ରବାର ଦିନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଏବଂ ନେତା ଫତେହ ଜଙ୍ଗ ସିଂ ବଲୱିନ୍ଦରଙ୍କୁ ସଦସ୍ୟତା ପ୍ରଦାନ କରିଥିଲେ । ବଲୱିନ୍ଦରଙ୍କ ବିଜେପିରେ ଯୋଗଦାନାକୁ ପାର୍ଟି ‘ଘର ୱାପସି’ ବୋଲି କହିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାଡି ଗତ ନିର୍ବାଚନରେ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିଲେ। ଡିସେମ୍ବରରେ ଯେତେବେଳେ ସେ ବିଜେପିରେ ଯୋଗ ଦେଇଥିଲେ, ସେତେବେଳେ ସେ ବିଜେପିରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ | କିନ୍ତୁ ବିଜେପି ମନଦୀପ ସିଂଙ୍କୁ ତାଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏଥିରେ ରାଗି ଯାଇ ବଲବିନ୍ଦର ସିଂ ଲାଡି ପୁଣିଥରେ ଦଳ ପରିବର୍ତ୍ତନ କରି କଂଗ୍ରେସରେ ଯୋଗ ଦେଇଥିଲେ। ବିଜେପିରୁ ଟିକେଟ ମିଳିବ ବୋଲି କୁହାଯିବାରୁ ଫେବୃଆରୀରେ ପୁନର୍ବାର ବିଜେପିରେ ସାମିଲ ହୋଇଛନ୍ତି |