ମିଶନ ଶକ୍ତି ଗୃହ ନିର୍ମାଣରେ ଚଞ୍ଚକତା ଅଭିଯୋଗରେ ତାତିଲେ ମିଶନ ଶକ୍ତି ମହିଳା । କେନ୍ଦ୍ରାପଡା ବ୍ଲକ ବଗଡା ପଞ୍ଚାୟତର ମିଶନ ଶକ୍ତି ଗୃହ ନିର୍ମାଣରେ ଚଞ୍ଚକତା ଅଭିଯୋଗ କରି ଆଜି ବଗଡା ପଞ୍ଚାୟତର ମିଶନଶକ୍ତି ମହିଳାମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଜି ଶତାଧିକ ମହିଳା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରେ ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କ କହିବା ଅନୁଯାୟୀ, ପଞ୍ଚାୟତର ମିଶନଶକ୍ତି ଗୃହ ନିର୍ମାଣ ପାଇଁ ଏକ ସରକାରୀ ପ୍ଲଟ ସଂରକ୍ଷିତ ହୋଇଥିଲା । କିନ୍ତୁ ଏହି ସଂରକ୍ଷିତ ପ୍ଲଟଟିକୁ ଅନ୍ୟଜଣେ ବ୍ୟକ୍ତି ନିଜ ଦଖଲକୁ ନେଇଯାଇଛନ୍ତି । ତାଙ୍କଠାରୁ ଦଖଲ ଉଚ୍ଛେଦ କରିବାକୁ କେନ୍ଦ୍ରାପଡା ତହସିଲଦାର ବଗଡା ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଦଖଲମୁକ୍ତ ହୋଇପାରିନି । ନିକଟରେ ମିଶନଶକ୍ତିର ନୂତନ ଗୃହ ନିର୍ମାଣ ପାଇଁ ଅନ୍ୟ ଏକ ସ୍ଥାନକୁ ଚିହ୍ନଟ କରି କେନ୍ଦ୍ରାପଡା ବ୍ଲକର ବିଡିଓ କାର୍ଯ୍ୟାଦେଶ ଦେଇଥିବା ଘଟଣା ଜଣାପଡିବା ପରେ ମିଶନଶକ୍ତିର ମହିଳାମାନେ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ।